ଆଇପିଏଲ୍‌: ବାଙ୍ଗାଲୋର ବିପକ୍ଷରେ ଟସ୍‌ ଜିଣିଲା ମୁମ୍ବାଇ, ପ୍ରଥମେ ବୋଲିଂ ନିଷ୍ପତ୍ତି 

ଆଇପିଏଲ୍‌: ବାଙ୍ଗାଲୋର ବିପକ୍ଷରେ ଟସ୍‌ ଜିଣିଲା ମୁମ୍ବାଇ, ପ୍ରଥମେ ବୋଲିଂ ନିଷ୍ପତ୍ତି 

Photo: Twitter

ଦୁବାଇ: ଆଇପିଏଲ୍‌-୨୦୨୧ ଦ୍ଵିତୀୟ ଚରଣରର ଅନ୍ୟତମ ମୁକାବିଲା ଆଜି ଦୁବାଇରେ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମୁମ୍ବାଇ ଇଣ୍ଡିଆନ୍ସ ଭେଟିଛି। ଟୁର୍ଣ୍ଣାମେଣ୍ଟର ୩୯ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଟ୍ରଫି ସନ୍ଧାନରେ ଥିବା ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରୋହିତ ଶର୍ମାଙ୍କ ତାରକା ଖଚିତ ମୁମ୍ବାଇ ଇଣ୍ଡିଆନ୍‌ସ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚ୍‌ ବେଶ୍‌ ଉତ୍କଣ୍ଠାଭରା ଏବଂ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ପୂର୍ବପ୍ରଦର୍ଶନକୁ ଦେଖିଲେ ଆରସିବିଠାରୁ ମୁମ୍ବାଇ ଇଣ୍ଡିଆନ୍‌ସ ଢେର ଆଗରେ ରହିଛି। ଉଭୟ ଦଳ ପରସ୍ପର ବିପକ୍ଷରେ ୨୮ ମ୍ୟାଚ୍‌ ଖେଳିଛନ୍ତି। ସେଥିମଧ୍ୟରୁ ମୁମ୍ବାଇ ୧୭ ଏବଂ ଆର୍ସିବି ମାତ୍ର ୧୧ ମ୍ୟାଚ୍‌ରେ ବିଜୟୀ ହୋଇଛି। ଗତ ୭ ମୁକାବିଲା ଭିତରୁ ମୁମ୍ବାଇ ୪ଟିରେ ବିଜୟୀ ହୋଇଛି। ମୁମ୍ବାଇ ଇଣ୍ଡିଆନ୍‌ସ ବିପକ୍ଷରେ ଏବି ଡି’ଭିଲିୟର୍ସ ଆର୍ସିବି ପାଇଁ ସର୍ବାଧିକ ରନ୍‌ (୭୭୪ ରନ୍‌, ୨୪ ମ୍ୟାଚ୍‌, ୨୪୭.୭୦ ଷ୍ଟ୍ରାଇକ୍‌ ରେଟ୍‌) କରିଛନ୍ତିଯ ବୋଲିଂରେ ଯୁଜବେନ୍ଦ୍ର ଚହଲ (୧୯ ୱିକେଟ୍‌, ୪/୩୮ ଶ୍ରେଷ୍ଠ ବୋଲିଂ ଚିତ୍ର) ସର୍ବାଧିକ ୱିକେଟ୍‌ କରାୟତ୍ତ କରିଛନ୍ତି। ଆରସିବିି ବିପକ୍ଷରେ ମୁମ୍ବାଇ ପାଇଁ ଅଧିନାୟକ ରୋହିତ ଶର୍ମା ୧୩୬.୩୮ ଷ୍ଟ୍ରାଇକ୍‌ ରେଟ୍‌ରେ ସର୍ବାଧିକ ୭୧୬ ରନ୍‌ କରିଛନ୍ତି। ଯଶପ୍ରୀତ ବୁମ୍ରା ସର୍ବାଧିକ ୨୧ ୱିକେଟ୍‌ ଅକ୍ତିଆର କରିଛନ୍ତି।ଆର୍ସିବି ବିପକ୍ଷରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୩/୧୪)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe