ଆଇପିଏଲ୍‌: ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ଟସ୍‌ ଜିଣି ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ନିଷ୍ପତ୍ତି

ଆଇପିଏଲ୍‌: ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ଟସ୍‌ ଜିଣି ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ନିଷ୍ପତ୍ତି

Photo: Cricbuzz

ସାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୪୧ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ଓ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍‌ ମଧ୍ୟରେ ମୁକାବିଲା ହେଉଛି। ସାରଜା କ୍ରିକେଟ୍‌ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

ଆଇପିଏଲ୍‌-୨୦୨୦ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଥିବା ମୁମ୍ବାଇ ଇଣ୍ଡିଆନ୍‌ ଏ ପର୍ଯ୍ୟନ୍ତ ୯ଟି ମ୍ୟାଚ୍‌ ଖେଳି ସାରିଥିବା ବେଳେ ୬ଟିରେ ବିଜୟୀ ହୋଇଛି। ମୁମ୍ବାଇ ୧୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ୩ୟ ସ୍ଥାନ ଦଖଲ କରିଛି। ଆଜି ଚେନ୍ନାଇ ବିପକ୍ଷରେ ପରାଜୟର ପ୍ରତିଶୋଧ ନେବାକୁ ରଣନୀତି ପ୍ରସ୍ତୁତ କରିଛି।

ତେଣେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଖେଳୁଥିବା ଚେନ୍ନାଇ ସୁପର କିଙ୍ଗସ୍‌ ପଏଣ୍ଟ ଟେବୁଲରେ ସର୍ବନିମ୍ନ ତଥା ଅଷ୍ଟମ ସ୍ଥାନରେ ରହିଛି। ଚେନ୍ନାଇ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାଜୟ ବରଣ କରିଛି। ଚେନ୍ନାଇକୁ ଏପର୍ଯ୍ୟନ୍ତ ୬ ପଏଣ୍ଟ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe