Advertisment

Mumbai Indians To 50-Run Win: ୫୦ ରନ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ

Advertisment

ଉଦ୍‌ଘାଟନୀ ମ୍ୟାଚ୍‌ରେ ଆର୍‌ସିବି ନିକଟରୁ ଅପ୍ରତ୍ୟାଶିତ ଭାବେ ହାରିଯାଇଥିବା ମୁମ୍ବାଇ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍‌ରେ ପରାସ୍ତ କରିଛି। ହର୍ମନପ୍ରୀତ୍‌ କୌର୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଉଦ୍‌ଘାଟନୀ ମ୍ୟାଚ୍‌ରେ ଆର୍‌ସିବି ନିକଟରୁ ଅପ୍ରତ୍ୟାଶିତ ଭାବେ ହାରିଯାଇଥିବା ମୁମ୍ବାଇ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍‌ରେ ପରାସ୍ତ କରିଛି। ହର୍ମନପ୍ରୀତ୍‌ କୌର୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

Mumbai-Indians-Vs-Delhi-Capitals-Live-Score-WPL-2026-2026-01-874909b027678ade1a61b1b4bee7d97f-16x9

Mumbai-Indians-Vs-Delhi-Capitals Photograph: (@BCCI)

ମୁମ୍ବାଇ, ୧୧/୧: ଚଳିତ ଡବ୍‌ଲ୍ୟୁପିଏଲ୍‌ର ତୃତୀୟ ମ୍ୟାଚ୍‌ରେ ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ବିଜୟଧାରାକୁ ଫେରିଛି। ଶୁକ୍ରବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆର୍‌ସିବି ନିକଟରୁ ଅପ୍ରତ୍ୟାଶିତ ଭାବେ ହାରିଯାଇଥିବା ମୁମ୍ବାଇ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନ୍‌ରେ ପରାସ୍ତ କରିଛି।

ଅଧିକପଢ଼ନ୍ତୁ:ପରିଚୟପତ୍ର ଆଉ ମନର ଭୟ ପାଲଟିଛି ପାକିସ୍ତାନୀ ମହିଳାଙ୍କ ଚିକିତ୍ସାରେ ବାଧକ

ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ରନରେ ପରାସ୍ତ କଲା ମୁମ୍ବାଇ

ନାଟ୍‌ ଶିଭର ବ୍ରଣ୍ଟ୍‌ (୪୬ ବଲ୍‌ରୁ ୭୦ ରନ୍) ଏବଂ ହର୍ମନପ୍ରୀତ୍ କୌର୍ (୪୨ ବଲ୍‌ରୁ ୭୪* ରନ୍)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୪ ୱିକେଟ୍‌ ହରାଇ ୧୯୫ ରନ୍‌ ସଂଗ୍ରହ କରିଥିଲା। ନନ୍ଦାନି ଶର୍ମା ୨, ଶ୍ରୀଚରଣୀ ଓ ଚିନେଲ ହେନରି ୧-୧ ୱିକେଟ୍‌ ନେଇଥିଲେ। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୪୫ ରନ୍‌ କରିଥିଲା। ୱେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର୍‌ ଚିନେଲ୍‌ ‌ହେନରି ଲଢ଼ୁଆ ଅର୍ଦ୍ଧଶତକ (୩୩ ବଲ୍‌ରୁ ୫୬ ରନ୍) ହାସଲ କରିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇ ନ ଥିଲା। ନିକୋଲ୍ କ୍ୟାରି, ଆମେଲିଆ କେର୍‌ ୩-୩ ଏବଂ ନାଟ ଶିଭର୍ ବ୍ରଣ୍ଟ୍‌ ୨ ୱିକେଟ୍‌ ନେଇଥିଲେ। ହର୍ମନପ୍ରୀତ୍‌ କୌର୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଅଧିକପଢ଼ନ୍ତୁ:ପରଲୋକରେ ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୩ ବିଜେତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe