ମୁମ୍ବାଇ ଇଣ୍ଡିଆନ୍ସର ଅଲୋଡ଼ା କୀର୍ତ୍ତି; ରୋହିତଙ୍କୁ ଖୋଲା ଚିଠି ଲେଖିଲେ ପ୍ରଶଂସକ

ସମାଇରାଙ୍କ ପାଇଁ ଟ୍ରଫି ଜିତିବାକୁ ରିତିକାଙ୍କୁ ପ୍ରତିଶ୍ରୁତି ଦେଲେ ରୋହିତ

ମୁମ୍ବାଇ: ସର୍ବାଧିକ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ର ଚଳିତ ସଂସ୍କରଣରେ ଆରମ୍ଭରୁ ଲଗାତାର ୬ ପରାଜୟ ବରଣ କରିବାର ଅଲୋଡ଼ା କୀର୍ତ୍ତିମାନ ବହନ କରିଛି। ଏକ୍ଷେତ୍ରରେ ମୁମ୍ବାଇ ଇଣ୍ଡିଆନ୍‌ସ ଆଇପିଏଲ୍‌ ଇତିହାସରେ ତୃତୀୟ ଦଳ ହୋଇଛି। ଏହା ପୂର୍ବରୁ ଆଇପିଏଲ୍‌ରେ ପ୍ରଥମରୁ ୬ ମ୍ୟାଚ୍‌ ହାରିବାର ଅଲୋଡ଼ା କୀର୍ତ୍ତିମାନ ଦିଲ୍ଲୀ ଡେୟାରଡେଭିଲ୍ସ (ଦିଲ୍ଲୀ କ୍ୟାପିଟାଲ୍ସ) ଓ ରୟାଲ ଚ୍ୟାଲେଞ୍ଜର୍ସ ବା‌ଙ୍ଗାଲୋର ନାମରେ ଥି‌ଲା। ଏବେ ମୁମ୍ବାଇ ଏମାନଙ୍କ ସମକକ୍ଷ ହୋଇଛି। ୨୦୧୩ରେ ଦିଲ୍ଲୀ ଏବଂ ୨୦୧୯ରେ ବାଙ୍ଗାଲୋର ଆରମ୍ଭରୁ ୬ ମ୍ୟାଚ୍‌ ହାରିବା ପରେ ସପ୍ତମ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ। ଆରମ୍ଭରୁ ଲଗାତାର ୬ ମ୍ୟାଚ୍‌ ହାରିବା ୫ ଥରର ବିଜେତା ମୁମ୍ବାଇ ପାଇଁ ପ୍ରଥମ। ୨୦୧୪ରେ ଏହି ଦଳ ଆରମ୍ଭରୁ ଲଗାତାର ୫ ମ୍ୟାଚ୍‌ ହାରିଥିଲା।

ମୁମ୍ବାଇ: ଆଇପିଏଲ୍‌ ଇତିହାସରେ ସବୁଠୁ ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଲଗାତାର ଷଷ୍ଠ ପରାଜୟ ଅନେକ ପ୍ରଶଂସକଙ୍କୁ ନିରାଶ କରିଛି। ଏଥିରେ ବ୍ୟଥିତ‌ ହୋଇ ଜଣେ ପ୍ରଶଂସକ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଲେଖିଛନ୍ତି ‘ତୁମ ଖେଳ ଶେଷ ହୋଇଗଲାଣି ବୋଲି ମୁଁ ବିଶ୍ବାସ କରିବାକୁ ପ୍ରସ୍ତୁତ ନୁହେଁ। ଲମ୍ବା ନିଦରୁ ଓଠ, ବିଶ୍ବ ତୁମ ଖେଳକୁ ଦେଖିବାକୁ ଚାହେଁ। ଏକଥା କହିବାର କିଛି ଆବଶ୍ୟକତା ନାହିଁ ଯେ, ତୁମେ ଏବେ ମଧ୍ୟ ଦେଶର ଶ୍ରେଷ୍ଠ ବ୍ୟାଟର୍‌। ଓପନର୍‌ ଭାବେ ତ‌ୁମେ ଦେଖାଇଥିବା ଖେଳ ଖୁବ୍ ବିରଳ। ମଣିଷ ମତ୍ରେ ଭୁଲ ହୁଏ ଓ ଖରାପ ସମୟ ଆସେ। ଅମା ଅନ୍ଧକାର ଭିତର ଦେଇ ଗତି କରିବା ବେଳେ ଆଲୋକ ଆଡ଼କୁ ଯିବାର ଅନୁଭବ ପାଇବା ସବୁଠୁ ଗୁରୁତ୍ବପୂର୍ଣ୍ଣ। କ୍ରିକେଟ୍ ମାତ୍ର ଇଞ୍ଚ ଇଞ୍ଚର ଖେଳ, ସାମାନ୍ୟ ପରିବର୍ତନ କ୍ରିକେଟ୍ ବିଶ୍ବକୁ ବି ବଦଳାଇ ଦେଇ ପାରେ। ଖେଳାଳି ସହିତ ମଧ୍ୟ ଭାଗ୍ୟ ପ୍ରମୁଖ ଭୂମିକା ରଖିଥାଏ। ଜଣେ ବ୍ୟାଟର୍‌ ପାଇଁ ମଧ୍ୟ ସବୁବେଳେ ଭଲ ଖେଳିବା ସମ୍ଭବ ନୁହେଁ। ନିଜ ବ୍ୟାଟିଂ ଓ ଅଧିନାୟକତ୍ବରେ ହେଉଥିବା ଭୁଲରୁ ନିଶ୍ଚିତ ଶିକ୍ଷା କରୁଥିବ। କ’ଣ ଭୁଲ ହେଉଛି ତୁମେ ନିଶ୍ଚିତ ବୁଝି ପାରୁଥିବ। ତୁମ ଭଳି‌ ଖେଳାଳି ଆଇପିଏଲ୍‌ରେ ଖରାପ ଖେଳିଲେ ଲୋକମାନେ ବିଶେଷ ପ୍ରତିକ୍ରିୟାଶୀଳ ହୋଇନପାରନ୍ତି। କିନ୍ତୁ ଆଗାମୀ ବିଶ୍ବକପ୍‌ରେ ଏଭଳି ପ୍ରଦର୍ଶନ ଜାରି ରହିଲେ ତୀବ୍ର ସମାଲୋଚନାର ଶରବ୍ୟ ହୋଇପାରନ୍ତି। ଏକଦା ସାହିନ୍ ସାହା ଆଫ୍ରିଦି ବିପକ୍ଷ ପ୍ରଦର୍ଶନ ପାଇଁ ତୁମେ ଟ୍ରୋଲ୍ ହୋଇଥିଲ। ଏହା ଥିଲା ଗୋଟିଏ ବଲ୍‌ କଥା। ବିଶ୍ବ ତୁମକୁ ଯାହାବି କହୁ,‌ ତୁମ ପ୍ରତି ମୋ ବିଶ୍ବାସରେ ବିରାମ ଲାଗିବାର ନାହିଁ। ମୋ ପାଇଁ ତୁମେ ପ୍ରେରଣାର ଉତ୍ସ। ଟେଷ୍ଟ ଜୀବନକୁ କିଭଳି ଉଦ୍ଧାରିଛ ଓ ସୀମିତ ଓଭର‌ ଦଳରେ ତୁମେ ଚହଳ ପକାଇବା ମୁଁ ଦେଖିଛି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe