ଆଇପିଏଲ୍‌-୨୦୨୦: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୩୪ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ

Advertisment
ଆଇପିଏଲ୍‌-୨୦୨୦: ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୩୪ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ

Photo: IPL twitter

ସାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୦ର ସପ୍ତଦଶ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ମୁମ୍ବାଇ ଇଣ୍ଡିଆନ୍ସ ୩୪ ରନ୍‌ରେ ପରାସ୍ତ କରିଛି। ଏଥି ସହିତ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ର ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ଦଖଲ କରିଛି। ମୁମ୍ବାଇ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଛି।

ଆଜି ଦ୍ୱିତୀୟ ପାଳିରେ ହାଇଦ୍ରାବାଦ୍‌ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। କିନ୍ତୁ ଦଳ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୭୪ ରନ୍‌ ସଂଗ୍ରହ କରିପାରିଥିଲା।

ଅଧିନାୟକ ଡେଭିଡ୍‌ ଓ୍ଵାର୍ନରଙ୍କ ଅର୍ଦ୍ଧଶତକ (୬୦ ରନ୍‌, ୪୪ ବଲ୍‌, ୫ ଚୌକା, ୨ ଛକା) ବେକାର ଯାଇଛି। ଜନି ବେୟାରଷ୍ଟୋ ୧୫ଟି ବଲ୍‌ ଖେଳି ୨୫ ରନ୍‌, ମନୀଷ ପାଣ୍ଡେ ୧୯ଟି ବଲ୍‌ ଖେଲି ୩୦ ରନ୍‌ କରିଥିଲେ। କେନ୍‌ ଓ୍ଵିଲିୟମ୍‌ସନ୍‌ ୫ଟି ବଲ୍‌ର ସମ୍ମୁଖୀନ ହୋଇ ୩ ରନ୍‌ ଓ ପ୍ରୀୟମ୍‌ ଗର୍ଗ ୭ଟି ବଲ୍‌ ଖେଳି ୮ ରନ୍‌ କରିଥିଲେ। ଅଭିଷେକ ବର୍ମା ୧୦ ରନ୍‌ ଓ ଅବ୍‌ଦୁଲ୍‌ ସମଦ ୨୦ ରନ୍‌ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ବୋଲର ଟ୍ରେଣ୍ଟ ବୋଲ୍ଟ, ଜେମ୍‌ସ ପାଟିନ୍‌ସନ୍‌ ଓ ଯଶପ୍ରୀତ ବୁମରା ୨-୨ ଓ୍ଵିକେଟ୍‌ ନେଇଥିବା ବେଳେ କ୍ରୁଣାଳ ପାଣ୍ଡ୍ୟାଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

publive-image Photo: IPL twitter

ସାରଜା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୨୦୮ ରନ୍‌ ସଂଗ୍ରହ କରିଥିଲା। ଦଳକୁ ମାତ୍ର ୬ ରନ୍‌ରେ ପ୍ରଥମ ଝଟକା ଲାଗିଥିଲା। ୫ଟି ବଲ୍‌ର ସମ୍ମୁଖୀନ ହୋଇ ମାତ୍ର ୬ ରନ୍‌ କରି ପ୍ରଥମ ଓ୍ଵିକେଟ୍‌ ଭାବେ ପାଭଲିଅନ୍‌କୁ ଫେରିଆସିଥିଲେ ଅଧିନାୟକ ରୋହିତ ଶର୍ମା।

ରୋହିତ ଶର୍ମା ଆଉଟ୍‌ ହୋଇଯିବା ପରେ କ୍ୱିଣ୍ଟନ୍‌ ଡି କକ୍‌ ଓ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇର ୨ୟ ଓ୍ଵିକେଟ୍‌ ବେଳକୁ ସ୍କୋର ୪୮ ରନ୍‌ରେ ପହଂଚାଇଥିଲେ। ସୂର୍ଯ୍ୟକୁମାର ଆଉଟ୍‌ ହେବା ପୂର୍ବରୁ ୧୮ଟି ବଲ୍‌ ଖେଳି ୨୭ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ବି ସାମିଲ ଥିଲା। ହାଇଦ୍ରାବାଦ୍‌ର ୩ୟ ଶିକାର ହୋଇଥିଲେ କ୍ୱିଣ୍ଟନ୍‌ ଡି କକ୍‌। ସେ ୬୭ ରନ୍‌ କରି ରସିଦ୍‌ ଖାନଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ସେ ୩୯ ବଲ୍‌ ଖେଳି ୪ଟି ଚୌକା ଓ ୪ଟି ଛକା ମାରିଥିଲେ।

ମୁମ୍ବାଇ ଚତୁର୍ଥ ଓ୍ଵିକେଟ୍‌ ହରାଇବା ବେଳକୁ ସ୍କୋର ୧୪୬ ରନ୍‌ ହୋଇସାରିଥିଲା। ହାଇଦ୍ରାବାଦ୍‌ର ସନ୍ଦୀପ ଶର୍ମାଙ୍କ ବଲ୍‌ ମନୀଷ ପାଣ୍ଡେଙ୍କୁ କ୍ୟାଚଦେଇ ୪ର୍ଥ ଶିକାର ହୋଇଥିଲେ ଈଶାନ କିଷାନ (୨୩ ରନ୍‌, ୩୧ ବଲ୍‌, ୧ ଚୌକା, ୨ ଛକା)। ଈଶାନ ଆଉଟ୍‌ ହେବା ପରେ ଦଳର ମୋର୍ଚ୍ଚା ସମ୍ଭାଳି ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା (୨୮ ରନ୍‌, ୧୯ ବଲ୍‌, ୨ ଚୌକା, ୨ ଛକା) ଓ କିରନ ପୋଲାର୍ଡ (ଅପରାଜିତ ୨୫ ରନ୍‌, ୧୩ ବଲ, ୩ ଛକା)। କିନ୍ତୁ ସିଦ୍ଧାର୍ଥ କାଉଲଙ୍କ ବଲ୍‌ରେହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌ ହୋଇଯାଇଥିଲେ। କ୍ରୁଣାଳ ପାଣ୍ଡ୍ୟା ୪ଟି ବଲ୍‌ ସମ୍ମୁଖୀନ ହୋଇ ଅପରାଜିତ ୨୦ ରନ୍‌ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨ଟି ଚୌକା ଓ ୨ଟି ଛକା ମାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe