ଆଇପିଏଲ୍‌ର ୧୫ ବର୍ଷର ଇତିହାସରେ ମୁମ୍ବାଇ ୫ ଥର ବିଜେତା, ପ୍ରଥମ ସୁଯୋଗରେ ବାଜି ମାରିଥିଲା ଟାଇଟନ୍ସ

Advertisment
ଆଇପିଏଲ୍‌ର ୧୫ ବର୍ଷର ଇତିହାସରେ ମୁମ୍ବାଇ ୫ ଥର ବିଜେତା, ପ୍ରଥମ ସୁଯୋଗରେ ବାଜି ମାରିଥିଲା ଟାଇଟନ୍ସ

Wikipedia

ମୁମ୍ବାଇ : ଆଇପିଏଲ୍‌ର ୧୫ ବର୍ଷର ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ସବୁଠୁ ଅଧିକ ୫ ଥର ବିଜେତା ହୋଇଥିଲା ବେଳେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନାଇ ସୁପର କିଙ୍ଗ୍ସ ୪ ଥର ବିଜେତା ହୋଇ ଦ୍ବିତୀୟ ସ୍ଥାନରେ ରହିଛି। ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ ୨୦୧୨ ଓ ୨୦୧୪ରେ ଦୁଇର ଏହି ଟ୍ରଫିକୁ ହାସଲ କରିଥିଲା। ହେଲେ ପ୍ରଥମ ସଂସ୍କରଣର ବିଜେତା ରାଜସ୍ଥାନ ରୟାଲ୍ସ ଗତ ସଂସ୍କରଣରେ ଦ୍ବିତୀୟ ସୁଯୋଗ ହାତଛଡ଼ା କରିଥିଲା ବେଳେ ଗୁଜରାଟ ଟାଇଟନ୍ସ ପ୍ରଥମ ସୁଯୋଗରେ ଟ୍ରଫି ନିଜ ନାମରେ କରିଥିଲା।

ସେହିପରି ଦ୍ବିତୀୟ ସଂସ୍କରଣରେ ବିଜେତା ହୋଇଥିବା ତଥା ହାଇଦ୍ରାବାଦ ସହରକୁ ପ୍ରତିନିଧିତ୍ବ କରିଥିବା ଡେକାନ୍‌ ଚାର୍ଜର୍ସ ଆଉ ଆଇପିଏଲ୍‌ ଦୃଶ୍ୟପଟ୍ଟରେ ନାହିଁ। ଏହି ସହରର ଅନ୍ୟତମ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ୨୦୧୬ରେ ବିଜେତା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe