ରଣଜୀ ଟ୍ରଫି: ଓଡ଼ିଶା ବିପକ୍ଷରେ ୨ ଶତକ, ୧ ଦ୍ବିଶତକ

Advertisment

ମହାରାଷ୍ଟ୍ରର ୫୪୩/୫ ଘୋଷଣା, ଚାପରେ ଓଡ଼ିଶା

ମହାରାଷ୍ଟ୍ରର ୫୪୩/୫ ଘୋଷଣା, ଚାପରେ ଓଡ଼ିଶା

ରଣଜୀ ଟ୍ରଫି: ଓଡ଼ିଶା ବିପକ୍ଷରେ ୨ ଶତକ, ୧ ଦ୍ବିଶତକ

କଟକ: ଓଡ଼ିଶାର ପ୍ରଥମ ପାଳି ସ୍କୋର୍‌ ୨୯୩ ଜବାବରେ ଘରୋଇ ମହାରାଷ୍ଟ୍ର ୫୪୩ ରନ୍‌ର ପାହାଡ଼ ଛିଡ଼ା କରିଛି। ଏପରିକି ଦଳର ତିନିଜଣ ଶତକ ଅର୍ଜନ କରିଥିଲା ବେଳେ ସେମାନଙ୍କ ମଧ୍ୟରୁ ଅଧିନାୟକ ଅଙ୍କିତ ବାୱେଁ ଦ୍ବିଶତକୀୟ ପାଳି ଖେଳି ଓଡ଼ିଶା ବୋଲରଙ୍କୁ ଧୂଲେଇ କରିଥିଲେ। ୨୫୦ ରନ୍‌ର ଅଗ୍ରଣୀ ପାଇବା ପରେ ମହାରାଷ୍ଟ୍ର ପାଳି ଘୋଷଣା କରିଥିଲା। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଓଡ଼ିଶା ଦ୍ବିତୀୟ ପାଳିରେ ବିନା କୌଣସି କ୍ଷତିରେ ୨୪ ରନ୍‌ କରିଛି। ଶୁକ୍ରବାର ଶେଷ ଦିନଥିବାରୁ ମ୍ୟାଚ୍‌ ବଞ୍ଚାଇବା ପାଇଁ ଓଡ଼ିଶାକୁ ସତର୍କତାର ସହ ଖେଳିବାକୁ ପଡ଼ିବ। ଏହାସତ୍ତ୍ବେ କ୍ବାର୍ଟର ଫାଇନାଲ୍‌ ଆଶା ରଖିବାକୁ ହେଲେ ଓଡ଼ିଶାକୁ ପୁଣି ଶେଷ ମ୍ୟାଚ୍‌ ଉପରେ ନିର୍ଭର କରିବାକୁ ହେବ। ଓଡ଼ିଶା ତା’ର ଶେଷ ମ୍ୟାଚ୍‌ କଟକରେ ଝାଡ଼ଖଣ୍ଡ ବିପକ୍ଷରେ ଖେଳିବ।

ଦ୍ବିତୀୟ ଦିନର ପ୍ରଥମ ପାଳି ସ୍କୋର୍‌ ୨୧୯/୨ରୁ ମହାରାଷ୍ଟ୍ର ଖେଳିବା ଆରମ୍ଭ କରିଥିଲା। ଶତକ ଅର୍ଜନ କରି ବ୍ୟାଟି˚ କରୁଥିବା ଋତୁରାଜ ଗାଏକ୍ବାଡ ଆଉ ୧୯ ରନ୍‌ ଯୋଡ଼ିବା ପରେ ଦେବବ୍ରତ ପ୍ରଧାନଙ୍କ ଦ୍ବାରା ଆଉଟ୍‌ ହୋଇଥିଲେ। ଏହି ପାଳିରେ ସେ ୨୧୭ ବଲ୍‌ର ସମ୍ମୁଖୀନ ହୋଇ ୧୧ ଚୌକା ଓ ୩ ଛକା ମାରିଥିଲେ। ଋତୁରାଜ ମଧ୍ୟ ତୃତୀୟ ଵିକେଟ୍‌ରେ ଅଙ୍କିତଙ୍କ ସହ ମିଶି ୨୧୧ ରନ୍‌ର ଭାଗୀଦାରି କରିଥିଲେ। ଋତୁରାଜଙ୍କ ସ୍ଥାନରେ ନୌଶାଦ ଶେଖ ବ୍ୟାଟି˚ କରିବାକୁ ଆସିଥିଲେ। ମଧ୍ୟାହ୍ନ ବିରତି ପୂର୍ବରୁ ଅଙ୍କିତ ଶତକରେ ପହଞ୍ଚିପାରିଥିଲା ବେଳେ ଦଳୀୟ ରନ୍‌କୁ ୩୦୦ ପାର‌୍‌ କରାଇଥିଲେ। ଉଭୟ ଚତୁର୍ଥ ଵିକେଟରେ ୧୮୦ ରନ୍‌ ଯୋଡ଼ିଥିଲା ବେଳେ ନୌଶାଦ ଶତକ (୧୦୦ ରନ୍‌, ୧୫୭ ବଲ୍‌, ୭ ଚୌକା) ପୁରଣ କରିଥିଲେ। ତେବେ ଶତକ ହାସଲ କରିବାର ପରବର୍ତ୍ତୀ ବଲ୍‌ରେ ଅଭିଷେକ ରାଉତ ତାଙ୍କୁ ଆଉଟ୍‌ କରିଥିଲେ। ଚା’ ବିରତି ପରେ ଅଙ୍କିତ ଦ୍ବିଶତକ ଓ ରାହୁଲ ତ୍ରିପାଠୀ ଅର୍ଧଶତକ ହାସଲ କରିଥିଲେ। ରାହୁଲ ୬୫ ରନ୍‌ରେ ଆଉଟ୍‌ ହେବା ପରେ ଅଙ୍କିତ ପାଳି ଘୋଷଣା କରିଥିଲେ। ପାଳି ଘୋଷଣା ବେଳକୁ ଅଙ୍କିତ ୪୦୬ ବଲ୍‌ରୁ ୨୧ ଚୌକା ଓ ୧ ଛକା ସହାୟତାରେ ୨୦୪ ରନ୍‌ରେ ଅପରାଜିତ ଥିଲେ। ଏହାପରେ ଓଡ଼ିଶା ଦ୍ବିତୀୟ ପାଳି ଆରମ୍ଭ କରିଥିଲା। ଷ୍ଟମ୍ସ ଅପସାରଣ ବେଳକୁ ଶାନ୍ତନୁ ମିଶ୍ର ୧୪* ଓ ଅନୁରାଗ ଷଡ଼ଙ୍ଗୀ ୧୦* ରନ୍‌ କରିଛନ୍ତି।

ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୨୯୩। ମହାରାଷ୍ଟ୍ର ପ୍ରଥମ ପାଳି ୧୪୯.୫ ଓଭରରେ ୫୪୩/୫ (ଋତୁରାଜ ଗାଏକଵାଡ ୧୨୯, ଅଙ୍କିତ ବାୱେଁ ୨୦୪*, ନୌଶାଦ ଶେଖ ୧୦୦, ରାହୁଲ ତ୍ରିପାଠୀ ୬୫, ରାଜେଶ ମହାନ୍ତି ୧/୨୪, ସୂର୍ଯ୍ୟକାନ୍ତ ପ୍ରଧାନ ୨/୯୨, ଦେବବ୍ରତ ପ୍ରଧାନ ୧/୮୫)। ଓଡ଼ିଶା ଦ୍ବିତୀୟ ପାଳି ୧୧ ଓଭରରେ ୨୪/୦ (ଶାନ୍ତନୁ ମିଶ୍ର ୧୪*, ଅନୁରାଗ ଷଡ଼ଙ୍ଗୀ ୧୦*)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe