ମୁମ୍ବାଇ: ଡୋପ୍ ପରୀକ୍ଷଣରେ ବିଫଳ ହୋଇ ବାସନ୍ଦାଦେଶର ସମ୍ମୁଖୀନ ହୋଇଥିବା ମୁମ୍ବାଇର ଯୁବ ତାରକା ପୃଥ୍ବୀ ସ’ ରବିବାର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍କୁ ଫେରିଛନ୍ତି। ପ୍ରତ୍ୟାବର୍ତନର ପ୍ରଥମ ମୁକାବିଲାରେ ହିଁ ସେ ୩୯ ବଲ୍ରୁ ୬୩ ରନ୍ର ଦ୍ରୁତ ପାଳି ଖେଳିଛନ୍ତି। ଆସାମ ବିପକ୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ମ୍ୟାଚ୍ରେ ମୁମ୍ବାଇ ପକ୍ଷରୁ ଖେଳି ୨୦ ବର୍ଷୀୟ ସ’ ଆଜି ୭ ଚୌକା ସହ ୨ ଛକା ମାରିଥିଲେ। ଦୀର୍ଘ ଦିନ ପରେ କ୍ରିକେଟ୍କୁ ଫେରିଥିବାରୁ ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା। ପୃଥ୍ବୀ ମଧ୍ୟ ନିରାଶ କରି ନଥିଲେ। ଆଦିତ୍ୟ ତାରେ (୮୨ ରନ୍ ୪୮ ବଲ୍) ଓ ସ’ଙ୍କ ବିସ୍ଫୋରକ ପାଳି ବଳରେ ଗ୍ରୁପ୍-ଡି’ର ଏହି ମ୍ୟାଚ୍ରେ ମୁମ୍ବାଇ ୫ ୱିକେଟ୍ ହରାଇ ୨୦୬ ରନ୍ର ବଡ଼ ସ୍କୋର କରି ନେଇଥିଲା। ଏହାର ଜବାବରେ ଆସାମ ମାତ୍ର ୧୨୩/୮ କରି ପରାଜିତ ହୋଇଥିଲା।
ମୁମ୍ବାଇର ଯୁବ ତାରକା ସ’ଙ୍କ ଦ୍ରୁତ ଅର୍ଧଶତକ
Advertisment
Follow Us