News Day Express
ମୁମ୍ବାଇ: ଚଳିତ ଆଇପିଏଲ୍ର ଶନିବାର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ବିଦାୟର ପଥ ଦେଖାଇ ଦେଇଥିଲା। ଅନ୍ୟପକ୍ଷରେ ମୁମ୍ବାଇ ବିଜୟ ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିଥିଲା। ୧୬ ପଏଣ୍ଟ୍ ସହ ଟେବୁଲର ଚତୁର୍ଥ ସ୍ଥାନରେ ରହି ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ ପରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଦଳୀୟ ସାଥୀଙ୍କ ସହ ଉତ୍ସବ ମନାଇଥିଲେ। ‘‘ଏହା ଅବିଶ୍ବସନୀୟ। ଚେଞ୍ଜିଂ ରୁମ୍ରେ ଭାବନା ମଧ୍ୟ ଅବିଶ୍ବସନୀୟ ଥିଲା। ଧନ୍ୟବାଦ ମୁମ୍ବାଇ, ଏହି ସମର୍ଥନ ଆମର ସର୍ବଦା ମନେରହିବ।’’ ବୋଲି ରବିବାର କୋହଲି କହିଥିଲେ।
Follow Us