ମୁମ୍ବାଇ ଟେଷ୍ଟ୍‌: ୩୭୨ ରନ୍‌ରେ ନିଉଜିଲାଣ୍ଡ୍‌କୁ ପରାସ୍ତ କରି ରେକର୍ଡ କଲା ଭାରତ

Advertisment
ମୁମ୍ବାଇ ଟେଷ୍ଟ୍‌: ୩୭୨ ରନ୍‌ରେ ନିଉଜିଲାଣ୍ଡ୍‌କୁ ପରାସ୍ତ କରି ରେକର୍ଡ କଲା ଭାରତ

Image Courtesy of India Today

ମୁମ୍ବାଇ: ମୁମ୍ବାଇରେ ଚାଲିଥିବା ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ଆଜି ଘଣ୍ଟାଏରୁ କମ୍ ସମୟ ମଧ୍ୟରେ ନିଉଜିଲାଣ୍ଡ୍‌ର ୫ଟି ୱିକେଟ୍‌ ନେଇ ଭାରତ ବିଜୟ ହାସଲ କରିଛି।  ଜୟନ୍ତ ଯାଦବ ୪ ୱିକେଟ୍‌ ଅକ୍ତିଆର୍‌ କରିଥିବା ବେଳେ ଆର୍‌. ଅଶ୍ବିନୀ ନିଉଜିଲାଣ୍ଡ୍‌ର ଶେଷ ୱିକେଟ୍‌ ନେଇ ଭାରତକୁ ‌୩୭୨ ରନ୍‌ରେ ବିଜୟୀ କରାଇଛନ୍ତି। ଏତେ ରନ୍‌ରେ ବିଜୟୀ ହେବା ଟେଷ୍ଟ୍‌ କ୍ରିକେଟ୍‌ରେ ପ୍ରଥମ ଘଟଣା।

ମାତ୍ର ୬୨ ରନ୍‌ କରି ପାଭିଲିୟନ୍‌କୁ ଫେରିଯାଇଥିବା ନିଉଜିଲାଣ୍ଡ୍‌ ଦ୍ବିତୀୟ ଇଂନିଙ୍ଗ୍‌ସ୍‌ରେ ୧୬୭ ରନ୍‌ କରିବାକୁ ସମର୍ଥ ହୋଇଥିଲା। କିନ୍ତୁ, ଆଜି ସକାଳେ ଖେଳର ୪ର୍ଥ ଦିବସରେ ୫ ୱିକେଟ୍‌ ବିନିମୟରେ ମାତ୍ର ୨୭ ରନ୍‌ ସଂଗ୍ରହ କରିଥି‌ଲା। କାନ୍‌ପୁରରେ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ଅମୀମାଂଶିତ ରଖିଥିବା ନିଉଜିଲାଣ୍ଡ୍‌ ମୁମ୍ବାଇ ପିଚ୍‌ରେ ଭାରତୀୟ ସ୍ପିନର୍‌ମାନଙ୍କ ମୁକାବିଲା କରିବାରେ ବିଫଳ ହୋଇଥିଲା।

publive-image Image Courtesy of The Hindu

ଭାରତ ଓ ନିଉଜିଲାଣ୍ଡ୍‌ ମଧ୍ୟରେ ‌ଆଜି ଶେଷ ହୋଇଥିବା ‌ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ଭାରତ ଆଉ କିଛି ରେକର୍ଡ ମଧ୍ୟ କରିଛି। ସ୍ବଦେଶରେ ଆୟୋଜିତ ଟେଷ୍ଟ୍‌ ମ୍ୟାଚ୍‌ରେ ଏହା ହେଉଛି ଭାରତର କ୍ରମାଗତ ୧୪ଶ ଟେଷ୍ଟ୍‌ ସିରିଜ୍‌ ବିଜୟ। ଏହାଛଡ଼ା, ସ୍ବଦେଶରେ ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଖେଳାଯାଇଥିବା ୧୧ଟି ଟେଷ୍ଟ୍‌ ସିରିଜ୍‌ର ପ୍ରତ୍ୟେକ ଖେଳରେ ଭାରତ ବିଜୟ ହାସଲ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe