ରୋହିତ ଓ ପାଣ୍ଡ୍ୟା ଭାଇଙ୍କୁ ରଖିବ ମୁମ୍ବାଇ

Advertisment

ଷ୍ଟୋକ୍ସଙ୍କୁ ଆଇପିଏଲ୍‌ ଅନୁମତି

ଷ୍ଟୋକ୍ସଙ୍କୁ ଆଇପିଏଲ୍‌ ଅନୁମତି

ରୋହିତ ଓ ପାଣ୍ଡ୍ୟା ଭାଇଙ୍କୁ ରଖିବ ମୁମ୍ବାଇ

ଲଣ୍ଡନ: ବ୍ରିଷ୍ଟଲର ଏକ ନାଇଟ୍‌ କ୍ଲବ୍‌ ଆଗରେ ଗଣ୍ଡଗୋଳ କରି ଆସେସ୍‌ ଶୃଙ୍ଖଳା ସହ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ବାଦ୍‌ ପଡ଼ିଥିବା ଇଂଲଣ୍ଡର ବିବାଦୀୟ ଅଲରାଉଣ୍ଡର ଚଳିତ ବର୍ଷର ଆଇପିଏଲ୍‌ ଖେଳିବାକୁ ଅନୁମତି ପାଇଛନ୍ତି। ଏହି ମାମଲାର ତଦନ୍ତ ଶେଷ ହୋଇ ନଥିଲେ ମଧ୍ୟ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ (ଇସିବି) ଆଇପିଏଲ୍‌ ଲାଗି ତାଙ୍କୁ ସବୁଜ ସଂକେତ ଦେଇଥିବା ଜଣା ପଡ଼ିଛି। କିଛି ଦିନ ତଳେ ନ୍ୟୁଜିଲାଣ୍ଡର କ୍ୟାଣ୍ଟରବୁରି ପକ୍ଷରୁ ଖେଳିବାକୁ ଇସିବି ଅନୁମତି ପ୍ରଦାନ କରିଥିଲା। ଗତବର୍ଷ ପୁନେ ସୁପରଜିଆଣ୍ଟ୍ସ ଷ୍ଟୋକ୍ସଙ୍କୁ ୨.୩ ନିୟୁତ ଡଲାରରେ କିଣିିଥିଲା। ତେବେ ନାଇଟ୍‌ କ୍ଲବ୍‌ ଘଟଣା ପରେ ସେ ଚଳିତ ବର୍ଷ ଆଇପିଏଲ୍‌ରେ ଅଂଶ ଗ୍ରହଣ କରିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe