ରାଜ୍ୟ ଉଚ୍ଚ ମାଧ୍ୟମିକ ସ୍କୁଲ କବାଡ଼ି: ମ୍ୟୁନିସିପାଲ ବିଜେତା, ନିମାପଡ଼ା ଉପବିଜେତା

ରାଜ୍ୟ ଉଚ୍ଚ ମାଧ୍ୟମିକ ସ୍କୁଲ କବାଡ଼ି ପ୍ରତିଯୋଗିତାରେ ସ୍ଥାନୀୟ ମ୍ୟୁନିସିପାଲ କଲେଜ ବିଜୟୀ ହୋଇଛି। ମ୍ୟୁନିସିପାଲ କଲେଜ ଫାଇନାଲ୍‌‌ରେ ୪୧-୧୦ ପଏଣ୍ଟ୍‌ରେ ନିମାପଡ଼ା ଉଚ୍ଚ ମାଧ୍ୟମିକ ସ୍କୁଲକୁ ପରାସ୍ତ କରିଛି।

8550a37e-43ad-43ac-ac37-e89b90a4138f

ରାଉରକେଲା: ରାଜ୍ୟ ଉଚ୍ଚ ମାଧ୍ୟମିକ ସ୍କୁଲ କବାଡ଼ି ପ୍ରତିଯୋଗିତାରେ ସ୍ଥାନୀୟ ମ୍ୟୁନିସିପାଲ କଲେଜ ବିଜୟୀ ହୋଇଛି। ମ୍ୟୁନିସିପାଲ କଲେଜ ଫାଇନାଲ୍‌‌ରେ ୪୧-୧୦ ପଏଣ୍ଟ୍‌ରେ ନିମାପଡ଼ା ଉଚ୍ଚ ମାଧ୍ୟମିକ ସ୍କୁଲକୁ ପରାସ୍ତ କରିଛି। ମ୍ୟୁନିସିପାଲ କଲେଜ ସେମିଫାଇନାଲରେ ୨୮-୨୨ ପଏଣ୍ଟ୍‌ରେ ପୋଲସରା ଉଚ୍ଚ ମାଧ୍ୟମିକ ସ୍କୁଲକୁ ପରାସ୍ତ କରିଥିବାବେଳେ ନିମାପଡ଼ା ୩୨-୩୧ ପଏଣ୍ଟ୍‌ରେ ସନ୍ଧେଇପାଲି ଉଚ୍ଚ ମାଧ୍ୟମିକ ସ୍କୁଲକୁ ପରାସ୍ତକରି ସେମିଫାଇନାଲ ପ୍ରବେଶ କରିଥିଲେ। ବିଚେତା ଦଳର ଅଧିନାୟକ ସୂରଜ କୁଲ୍ଲୁ ଫାଇନାଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ଏହି ପ୍ରତିଯୋଗିତାରୁ ଶ୍ରେଷ୍ଠ ୧୮ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି। ଆଗାମୀ ଦିନରେ ୧୨ ଜଣିଆ ଓଡ଼ିଶା ଘୋଷଣା କରାଯିବ। ଏହି ଦଳ ଡିସେମ୍ବର ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ଭିୱାନୀ(ହରିୟାଣା)ରେ ହେବାକୁ ଥିବା ଜାତୀୟ ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ଅନ୍ତର୍ଜାତୀୟ ରେଫରୀ ଅରବିନ୍ଦ ପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ମ୍ୟାଚ୍‌କୁ ସତ୍ୟ ରଞ୍ଜନ ପଣ୍ଡା, ସୁବାଷଚନ୍ଦ୍ର ବଳ, ଅଜୟ କୁମାର ରାଉତ ପ୍ରମୁଖ ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ସ୍ବତନ୍ତ୍ର ଅତିଥି ଅନନ୍ତ ଅବସ୍ଥୀ, ଶୈଳେନ୍ଦ୍ର ଅଗ୍ରୱାଲ, ଆୟୋଜନ କମିଟି ଅଧ୍ୟକ୍ଷ ଡ. ସନାତନ ପ୍ରଧାନ, ସମ୍ପାଦକ କ୍ୟାପ୍‌ଟେନ ସତ୍ୟ ନାରାୟଣ ରାଉତ ପ୍ରମୁଖ ଉପସ୍ଥିତଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe