ବାଂଲାଦେଶୀ ଅଲରାଉଣ୍ଡର୍ ସାକିବ ଅଲ୍ ହାସନଙ୍କ ନାଁରେ ହତ୍ୟା ମାମଲା

ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍ ଖେଳୁଥିବା ବାଂଲାଦେଶର କିମ୍ବଦନ୍ତୀ ଅଲରାଉଣ୍ଡର ସାକିବ ଅଲ୍ ହାସନଙ୍କ ସମସ୍ୟା ବଢିବାରେ ଲାଗିଛି । ସାକିବ ଅଲ୍ ହାସନଙ୍କ ନାମରେ ତାଙ୍କ ଦେଶରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି ।

ଅଦ୍ୟତନ ହୋଇଛି
ନିଦାସ ଟ୍ରଫି ଲାଗି ସକିବ ବାଂଲା ଅଧିନାୟକ

ଢାକା : ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍ ଖେଳୁଥିବା ବାଂଲାଦେଶର କିମ୍ବଦନ୍ତୀ ଅଲରାଉଣ୍ଡର ସାକିବ ଅଲ୍ ହାସନଙ୍କ ସମସ୍ୟା ବଢିବାରେ ଲାଗିଛି । ସାକିବ ଅଲ୍ ହାସନଙ୍କ ନାମରେ ତାଙ୍କ ଦେଶରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି । ୩୭ ବର୍ଷୀୟ ସାକିବଙ୍କ ବିରୋଧରେ ରୁବେଲ ଇସଲାମ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏହାପରେ ପୁଲିସ ସାକିବଙ୍କ ବିରୋଧରେ ଏତଲା ମଧ୍ୟ ରୁଜୁ କରିଛି।

ଅଗଷ୍ଟ ତାରିଖରେ ରୁବେଲ ଇସଲାମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ଏବଂ ଏବେ ଏହି ମାମଲାରେ ସାକିବ ଅଲ୍ ହାସନ ଏବଂ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଭଳି ବ୍ୟକ୍ତିଙ୍କ ନାଁ ସାମିଲ ଅଛନ୍ତି। ବାଂଲାଦେଶ ନ୍ୟୁଜ୍ ୨୪ ରିପୋର୍ଟ ଅନୁଯାୟୀ, ଆଡବର ଥାନାରେ ଏହି ଅଭିଯୋଗ କରାଯାଇଛି ।

ବାଂଲାଦେଶ ନ୍ୟୁଜ୍ ୨୪ ରିପୋର୍ଟ ଅନୁଯାୟୀ, ଏହି ହତ୍ୟା ମାମଲାରେ କେବଳ ସାକିବ ଅଲ୍ ହାସନ ଏବଂ ଶେଖ ହସିନାଙ୍କ ନାମ ନାହିଁ, ବାଂଲାଦେଶ କ୍ରିକେଟ୍ ବୋର୍ଡର ପୂର୍ବତନ ସଭାପତି ନଜମୁଲ ହାସନଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡିବା ପରେ ମହିଳା ବିଶ୍ୱକପ୍ କୁ ମଧ୍ୟ ୟୁଏଇକୁ ସ୍ଥାନାନ୍ତର କରାଯାଇଛି। ଏହି ମାମଲାରେ ନାମିତ ହୋଇଥିବା ନଜମୁଲ ହାସନ ମଧ୍ୟ ବାଂଲାଦେଶ କ୍ରିକେଟ ବୋର୍ଡର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe