ଭାଙ୍ଗିଯାଇଥିଲେ ବି ମୋ ପାଇଁ ଅମୂଲ୍ୟ; ବିରାଟଙ୍କଠାରୁ ଉପହାର ପାଇ ଏଭଳି କହିଲେ କ୍ରିକେଟର ମୁଶିର୍

Advertisment
eqwr

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ମୁଶିର ଖାନଙ୍କୁ ମିଳିଲା ସ୍ବତନ୍ତ୍ର ଉପହାର। କିଙ୍ଗ ବିରାଟ କୋହଲିଙ୍କଠାରୁ ଉପହାର ପାଇ ଖସିରେ ଗଦଗଦ ହେଲେ ମୁଶିର। ଏହି ମୁହୂର୍ତ୍ତକୁ ମନେ ପକାଇ ମୁଶିର ଭାବପ୍ରବଣ ହେବା ସହ ନିଜର ଅନୁଭବ ଜଣାଇଛନ୍ତି। ସ୍ବତନ୍ତ୍ର ଉପହାର ପାଇ ବିରାଟ କୋହଲିଙ୍କ ଆଗରେ ସେ କାନ୍ଦିବାକୁ ଲାଗିଥିଲେ ବୋଲି କହିଛନ୍ତି।

ମୁଶିରଙ୍କ କହିବା ମୁତାବକ, "ମୁଁ ବିରାଟ ଭାଇଙ୍କ ଆଗରେ କାନ୍ଦି ପକାଇଥିଲି। ବିରାଟ ଭାଇଙ୍କୁ ମୁଁ କହିଥିଲି ଯେ ଆପଣଙ୍କ ବ୍ୟାଟ୍‌ରେ ବହୁତ ରନ କରିଛି। ସରଫରାଜ ଭାଇ ମୋତେ ଆପଣଙ୍କ ବ୍ୟାଟ୍ ଦେଉଥିଲେ। ବିରାଟ ଭାଇ ମୋତେ ଏକ ବ୍ୟାଟ୍ ଦିଅ। ଭାଙ୍ଗିଯାଇଥିଲେ ବି ଚଳିବ। କିନ୍ତୁ ମୋତେ ଆପଣଙ୍କ ବ୍ୟାଟ୍ ଦରକାର। ମୁଁ ବିରାଟ ଭାଇଙ୍କୁ କହିଥିଲି ଯେ, ଆପଣ ସରଫରାଜ ଭାଇଙ୍କୁ ବ୍ୟାଟ୍ ଦେଇଥିଲେ। ଏବେ ମୋତେ ଦିଅନ୍ତୁ। ସେ ବିନା ଦ୍ୱିଧାରେ ମୋତେ ତାଙ୍କର ବ୍ୟାଟ୍ ଦେଲେ। ସେହି ମୁହୂର୍ତ୍ତଟି ମୋ ପାଇଁ ସବୁବେଳେ ସ୍ୱତନ୍ତ୍ର ରହିବ।" 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe