ଭୁବନେଶ୍ୱର: ହକି ବିହାରର ମହମ୍ମଦ ମୁସ୍ତାକ୍ ଅହମ୍ମଦ ହକି ଇଣ୍ଡିଆର ନୂଆ ସଭାପତି ହୋଇଛନ୍ତି। ନୂଆଦିଲ୍ଲୀରେ ସୋମବାର ହକି ଇଣ୍ଡିଆର ଅଷ୍ଟମ କଂଗ୍ରେସ ଓ ନିର୍ବାଚନରେ ପୂର୍ବତନ ସମ୍ପାଦକ ମୁସ୍ତାକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ବିଦାୟୀ ସଭାପତି ରାଜିନ୍ଦର ସିଂହ ନୂଆ ମହାସଚିବ ହୋଇଛନ୍ତି। ଅକ୍ଟୋବର ପହିଲାରୁ ହିଁ ମୁସ୍ତାକ୍ ହକି ଇଣ୍ଡିଆର ନୂଆ ମୁଖିଆ ହୋଇଛନ୍ତି। ମଣିପୁରର ଜ୍ଞାନେେନ୍ଦ୍ରା ନିଗୋମ୍ବମ୍ ବରିଷ୍ଠ ଉପସଭାପତି, ଜମ୍ମୁ ଓ କଶ୍ମୀରର ଅସିମା ଅଲୀ ଏବଂ ଝାଡ଼ଖଣ୍ଡର ଭୋଳାନାଥ ସିଂହ ଉପସଭାପତି ପଦରେ ନିର୍ବାଚିତ ହୋଇଛନ୍ତି। ହକି ଆସାମର ତପନ କୁମାର ଦାସ ଦ୍ବିତୀୟ ଥର କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ଝାଡ଼ଖଣ୍ଡ ଝିଅ ଅସୁନ୍ତା ଲାକ୍ରା ଏବଂ ଛତିଶଗଡ଼ର ଫିରୋଜ ଅନସାରୀଙ୍କୁ ଯୁଗ୍ମ ସମ୍ପାଦକ ପଦ ମିଳିଛି। ରାଜସ୍ଥାନର ଆରତୀ ସିଂହ, ତାମିଲନାଡୁର ରେଣୁକା ଲକ୍ଷ୍ମୀ, କର୍ଣ୍ଣାଟକ ସଭାପତି ଏସ୍ ଭି ଏସ୍ ସୁବ୍ରମଣ୍ୟ ଗୁପ୍ତା ହକି ଇଣ୍ଡିଆର କାର୍ଯ୍ୟକାରୀ ସଦସ୍ୟ ନିର୍ବଚିତ ହୋଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us