ଭିନେଶଙ୍କୁ ନାଡା ନୋଟିସ୍‌

Advertisment

ଗତମାସରେ କୁସ୍ତିରୁ ଅବସର ଘୋଷଣା କରିଥିବା କୁସ୍ତିବିତ୍‌ ଭିନେଶ ଫୋଗଟଙ୍କୁ ଆଣ୍ଟି ଡୋପିଂ ଏଜେନ୍ସି ‘ନାଡା’ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ‘ହୋୟାରଏବାଉଟ୍‌’ ରେ ସେ ବିଫଳ ହୋଇଥିବାରୁ ଏହି ଜାତୀୟ ଆଣ୍ଟିଂ ଡୋପିଂ ଏଜେନ୍ସି ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପ୍ରଦାନ କରିଛି।

ଗତମାସରେ କୁସ୍ତିରୁ ଅବସର ଘୋଷଣା କରିଥିବା କୁସ୍ତିବିତ୍‌ ଭିନେଶ ଫୋଗଟଙ୍କୁ ଆଣ୍ଟି ଡୋପିଂ ଏଜେନ୍ସି ‘ନାଡା’ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ‘ହୋୟାରଏବାଉଟ୍‌’ ରେ ସେ ବିଫଳ ହୋଇଥିବାରୁ ଏହି ଜାତୀୟ ଆଣ୍ଟିଂ ଡୋପିଂ ଏଜେନ୍ସି ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପ୍ରଦାନ କରିଛି।

vinesh

The Economic Times

ନୂଆଦିଲ୍ଲୀ: ଗତମାସରେ କୁସ୍ତିରୁ ଅବସର ଘୋଷଣା କରିଥିବା କୁସ୍ତିବିତ୍‌ ଭିନେଶ ଫୋଗଟଙ୍କୁ ଆଣ୍ଟି ଡୋପିଂ ଏଜେନ୍ସି ‘ନାଡା’ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ‘ହୋୟାରଏବାଉଟ୍‌’ ରେ ସେ ବିଫଳ ହୋଇଥିବାରୁ ଏହି ଜାତୀୟ ଆଣ୍ଟିଂ ଡୋପିଂ ଏଜେନ୍ସି ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପ୍ରଦାନ କରିଛି। ଚଳିତ ମାସ ୯ ତାରିଖରେ ସେ ତାଙ୍କ ସ୍ଥାନ ବିଷୟରେ ଦେଇଥିବା ସୂଚନା ଆଧାରରେ ନାଡାର ଅଧିକାରୀମାନେ ନମୁନା ପରୀକ୍ଷା ପାଇଁ ଧାର୍ଯ୍ୟ ସମୟରେ ଭିନେଶଙ୍କ ଘର ହରିୟାଣାର ଖରଖୋଡା ଗ୍ରାମରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ଭିନେଶଙ୍କୁ ନପାଇ ଅଧିକାରୀମାନେ ଫେରିଆସିଥିଲେ। ତେଣୁ ୧୪ ଦିନ ମଧ୍ୟରେ ଏହାର ଜବାବ ରଖିବା ପାଇଁ ନୋଟିସ୍‌ ଦିଆଯାଇଛି। ସୂଚନାଯୋଗ୍ୟ, ଭିନେଶ ପ୍ରଥମ ଥର ପାଇଁ ‘ହୋୟାରଏବାଉଟ୍‌’ରେ ବିଫଳ ହୋଇ ଏପରି ନୋଟିସ୍‌ ପାଇଛନ୍ତି।

ଯଦି ସେ ଏହି ବିଫଳତାକୁ ସ୍ବୀକାର କରିନିଅନ୍ତି, ତଥାପି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। କାରଣ ନିୟମ ଅନୁସାରେ ବର୍ଷରେ ତିନିଥର ‘ହୋୟାରଏବାଉଟ୍‌’ ବିଫଳ ହେଲେ ସଂପୃକ୍ତ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ। ପ୍ୟାରିସ୍‌ ଅଲିମ୍ପିକ୍ସ ପରେ ଭିନେଶ କୁସ୍ତିରୁ ଅବସର ଘୋଷଣା କରିଥିଲେ। ମାତ୍ର ୧୦୦ ଗ୍ରାମ୍‌ ଅଧିକ ଓଜନ ବୃଦ୍ଧି ହୋଇଥିବାରୁ ତାଙ୍କୁ ୫୦ କେଜି ଫ୍ରିଷ୍ଟାଇଲ୍‌ କୁସ୍ତି ଫାଇନାଲ୍‌ ଓ ପ୍ରତିଯୋଗିତାରୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଗତ ମାସରେ ଭିନେଶ ଓ ବଜରଙ୍ଗ ଜାତୀୟ କଂଗ୍ରେସ୍‌ରେ ଯୋଗଦେଇଥିଲେ। ଭିନେଶ ହରିୟାଣା ବିଧାନସଭା ନିର୍ବାଚନରେ ଜୁଲଣା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ଅକ୍ଟୋବର ୫ ତାରିଖରେ ନିର୍ବାଚନ ଓ ୮ ତାରିଖରେ ଫଳାଫଳ ଘୋଷଣା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe