ଫ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର ଫାଇନାଲ୍‌ରେ ନାଦାଲ

ଫ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର ଫାଇନାଲ୍‌ରେ ନାଦାଲ

ପ୍ୟାରିସ : ୨୧ ଥର ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସ୍ପେନୀୟ ତାରକା ରାଫେଲ ନାଦାଲ ଚଳିତ ଫ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶୁକ୍ରବାର ପୁରୁଷ ଏକକ ସେମିଫାଇନାଲ୍‌ରେ ପଞ୍ଚମ ମାନ୍ୟତାପ୍ରାପ୍ତ ନାଦାଲଙ୍କ ପ୍ରତିଦ୍ବନ୍ଦ୍ବୀ ତୃତୀୟ ମାନ୍ୟତାପ୍ରାପ୍ତ ଜର୍ମାନୀର ଆଲେକ୍‌ଜାଣ୍ଡର ଭେ‌ରଭ ଆହତ ହେବାରୁ ଓହରି ଯାଇଥିଲେ। ଫଳରେ ନାଦାଲ ସହଜରେ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ।

କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ର ପ୍ରଥମ ସେଟ୍‌କୁ ନାଦାଲ ୭-୬ (୧୦/୮)ରେ ଜିତିଥିଲେ। ଦ୍ବିତୀୟ ସେଟ୍‌ ସ୍ଥିତି ୬-୬ ଥିଲା ବେଳେ ଭେରଭ ଡାହାଣ ଗୋଇଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପ୍ରାଥମିକ ଚିକିତ୍ସା ସତ୍ତ୍ବେ ଯନ୍ତ୍ରଣା ନ କମିବାରୁ ଓହରିବାକୁ ବାଧ୍ୟ ହୋଇଥିଲେ। ଫଳରେ ଏଠାରେ ୧୩ ଟ୍ରଫି ଜିତିଥିବା ନାଦାଲ ୧୪ ତମ ଟ୍ରଫି ଦିଗରେ ଆଉ ଏକ ପାଦ ବଢ଼ାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe