ଆଣ୍ଠୁର ଅର୍‌ଥ୍ରୋସ୍କୋପି କଲେ ନାଦାଲ

Advertisment
ଆଣ୍ଠୁର ଅର୍‌ଥ୍ରୋସ୍କୋପି କଲେ ନାଦାଲ

ମାଦ୍ରିଦ: ‌ଆଣ୍ଠୁ ଜନିତ ଆଘାତ ସମସ୍ୟା ଯୋଗୁଁ ଚଳିତ ଫ୍ରେଞ୍ଚ ଓପନ୍‌ରୁ ଭାଗ ନେଇନଥିବା ସ୍ପେନ୍‌ ଟେନିସ ତାରକା ରାଫେଲ ନାଦାଲ ଶୁକ୍ରବାର ତାଙ୍କ ଆଣ୍ଠୁର ଅର୍‌ଥ୍ରୋସ୍କୋପି କରିଛନ୍ତି। ୧୪ ଥରର ଫ୍ରେଞ୍ଚ ଓପନ୍‌ ବିଜେତା ନାଦାଲ ୨୦୦୪ ପରେ ପ୍ରଥମ ଥର ଲାଗି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିନାହାନ୍ତି। ଆଗାମୀ ମାସରେ ହେବାକୁ ଥିବା ୱିମ୍ବଲଡନ୍‌‌ରେ ମଧ୍ୟ ତାଙ୍କ ଖେଳିବାର ସମ୍ଭାବନା ନାହିଁ। ଏହି ୨୨ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ୨୦୨୪ରେ ଅବସର ନେବାର ସଙ୍କେତ ମଧ୍ୟ ଦେଇଛନ୍ତି। କିନ୍ତୁ କେବେ କୋର୍ଟକୁ ଫେରିବେ ନାଦାଲ ସୂଚନା ଦେଇନାହାନ୍ତି। ତଥାପି ନଭେମ୍ବରରେ ଖେଳାଯିବାକୁ ଥିବା ଡେଭିସ କପ୍‌ ବେଳକୁ ଫେରିବା ନେଇ ସେ ଆଶାବାଦୀ ରହିଛନ୍ତି। ତାଙ୍କ ଅନୁପସ୍ଥିତିରେ ସର୍ବିୟା ତାରକା ନୋଭାକ ଜୋକୋଭିକ ନିକଟରେ ତୃତୀୟ ଫ୍ରେଞ୍ଚ ଓପନ୍‌ ସହ କୀର୍ତ୍ତିମାନ ଭରା ୨୩ ଗ୍ରାଣ୍ଡ ସ୍ଲାମ୍‌ କୁକୁଟ ଜିତିବାର ସୁଯୋଗ ରହିଛି। ଜୋକାଭିକ୍‌ ମଧ୍ୟ ଚଳିତ ଫ୍ରେଞ୍ଚ ଓପନ୍‌ର ପ୍ରିକ୍ବାର୍ଟରଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe