ନାଦାଲ ବାପା ହେବେ

Advertisment
୧୦୦୦ତମ ଏଟିପି ଟୁର୍‌ ମ୍ୟାଚ୍‌ ଜିତିଲେ ନାଦାଲ

TodayHeadline

ପ୍ୟାରିସ୍: ନିକଟରେ ଚତୁର୍ଦଶ ଥର ପାଇଁ ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା ଜିତି ଇତିହାସ ରଚିଥିବା ‌ସ୍ପେନୀୟ କିଂବଦନ୍ତି ରାଫେଲ ନାଦାଲ ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି। ତାଙ୍କ ପତ୍ନୀ ମେରି ପେରେଲୋ ସଂପ୍ରତି ଅନ୍ତଃସତ୍ତ୍ବା ଥିବା ଜଣାପଡ଼ିଛି। ଉଭୟ ପ୍ରଥମ ଥର ମାତା ପିତା ହେବାକୁ ଯାଉଥିବା ସ୍ପେନର ଏକ ପତ୍ରିକା ସୂଚନା ଦେଇଛି। ନାଦାଲ ଏବଂ ‌ପେରେଲୋଙ୍କୁ ଏକ ବିଳାଶପୂର୍ଣ୍ଣ ପାଣି ଜାହାଜରେ ଦେଖିବାକୁ ମିଳିଥିଲା। ସେତେବେଳେ ପେରେଲ ଗର୍ଭବତୀ ଥିବାର ଲକ୍ଷଣ ସ୍ପଷ୍ଟ ବାରି ହୋଇଯାଉଥିଲା। ସୂଚନାଯୋଗ୍ୟ ଯେ ପେରେଲ ହେଉଛନ୍ତି ନାଦାଲଙ୍କ ପିଲା ବେଳର ବାନ୍ଧବୀ। ଉଭୟ ୧୭ ବର୍ଷ ଧରି ପ୍ରେମ କରିବା ପରେ ୨୦୧୯ ମସିହା ଅକ୍ଟୋବର ମାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe