ଶୀର୍ଷ ୧୦ରେ ନାଦାଲ୍‌ଙ୍କ ୮୦୦ ସପ୍ତାହ

Advertisment
ଶୀର୍ଷ ୧୦ରେ ନାଦାଲ୍‌ଙ୍କ ୮୦୦ ସପ୍ତାହ

ପ୍ୟାରିସ୍‌: ବିଶ୍ବର ପ୍ରଥମ ଖେଳାଳି ଭାବେ ରାଫେଲ୍ ନାଦାଲ୍‌ ଏଟିପି ମାନ୍ୟତାର ଶୀର୍ଷ ୧୦ ଭିତରେ ଲଗାତାର ୮୦୦ ସପ୍ତାହ ବିତାଇ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଦୀର୍ଘ ୧୫ ବର୍ଷ ବ୍ୟାପ୍ତ ଏହି ସଫଳତାକୁ ନିଜ ନାମରେ କରିଛନ୍ତି ନାଦାଲ। ନଭେମ୍ବର ମାସରେ ବିଶ୍ବର ଏହି ଦୁଇ ନମ୍ବର ଖେଳାଳି ଆମେରିକାର ଜିମ୍ମି କନ୍ନୋର୍ସଙ୍କ ୭୮୯ ସପ୍ତାହ କୀର୍ତ୍ତିମାନକୁ ପଛରେ ପକାଇଥିଲେ। ସ୍ପେନୀୟ କିଂବଦନ୍ତି ନାଦାଲ୍‌ ୨୦୦୫ ମସିହା ଏପ୍ରିଲ୍‌ ମାସରେ ଶୀର୍ଷ ୧୦ ଭିତରକୁ ପ୍ରବେଶ କରିଥିଲେ।

ନିଜ ୧୩ ଫ୍ରେଞ୍ଚ୍‌ ଓପନ୍‌ ଟ୍ରଫି ବିଜୟ ପୂର୍ବରୁ ‌ସେ ଏହି ଗୌରବ ପାଇଥିଲେ। ଶୀର୍ଷ ୧୦ ମାନ୍ୟତା ଭିତରେ ସର୍ବାଧିକ ମୋଟ ୯୩୧ ସପ୍ତାହର କୀର୍ତ୍ତିମାନ କିନ୍ତୁ ରୋଜର୍ ଫେଡେରରଙ୍କ ନାମରେ ରହିଛି। ଏହି କୀର୍ତ୍ତିମାନକୁ କାଟିବାକୁ ନାଦାଲଙ୍କୁ ଆହୁରି ଅଢ଼େଇ ବର୍ଷ ଶୀର୍ଷ ୧୦ ଭିତରରେ ରହିବାକୁ ପଡ଼ିବ। ଏବେ ନୋଭାକ ଜୋକୋଭିକ୍‌, ରାଫେଲ୍ ନାଦାଲ, ଡୋମିନିକ୍‌ ଥିମ୍‌, ଡାନିଲ୍‌ ମେଡଭେଦେଭ, ରୋଜର୍‌ ଫେଡେରର୍‌, ଷ୍ଟିଫାନୋସ୍‌ ସିସିପାସ୍‌, ଆଲେକଜାଣ୍ଡର ଜେରଭ, ଆଣ୍ଡ୍ରି ରବଲେଭ୍‌, ଡିଏଗୋ ସ୍ବାର୍ଜମ୍ୟାନ୍‌ ଏବଂ ମାତିଓ ବେରେତିନି କ୍ରମାନ୍ବୟରେ ଶୀର୍ଷ ୧୦ରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe