The Quint
ଚେନ୍ନାଇ : ଭାରତୀୟ ଅଲ୍ରାଉଣ୍ଡର ଅକ୍ଷର ପଟେଲ ଆହତ ଯୋଗୁଁ ଇଂଲଣ୍ଡ ବିପକ୍ଷ ଚଳିତ ପ୍ରଥମ ଟେଷ୍ଟ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ବାଦ୍ ପଡ଼ିଥିବା ଭାରତୀୟ କ୍ରିକେଟ୍ ବୋର୍ଡ ଶୁକ୍ରବାର ଟେଷ୍ଟ୍ ଆରମ୍ଭ ପୂର୍ବରୁ କହିଛି। ସେ ଏହି ଟେଷ୍ଟ୍ ଖେଳିବାର ଅଧିକ ସମ୍ଭାବନା ଥିଲାବେଳେ ଗୁରୁବାର ନେଟ୍ ସେସନ୍ ବେଳେ ବାମ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିଥିଲେ। ବିସିସିଆଇ ଡାକ୍ତରୀ ଦଳ ତାଙ୍କ ଆଘାତର ତଦାରଖ କରୁଥିଲା ବେଳେ ପୂର୍ଣ୍ଣାଙ୍ଗ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ଫଳରେ ସେ ପ୍ରଥମ ଟେଷ୍ଟ୍ ଦଳରେ ସ୍ଥାନ ପାଇପାରିବେନି ବୋଲି ବିସିସିଆଇ କହିଛି। ତେଣୁ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ବଦଳରେ ସ୍ଥାନ ପାଇଥିବା ଅକ୍ଷରଙ୍କ ଟେଷ୍ଟ୍ ପଦାର୍ପଣ ମଉଳି ଯାଇଛି। ଅକ୍ଷର ଆହତ ହୋଇ ବାଦ୍ ପଡ଼ିବାରୁ ତାଙ୍କ ବଦଳରେ ଦୁଇ ଜଣ ସ୍ପିନର ସାହବାଜ୍ ନଦୀମ ଓ ରାହୁଲ ଚହର ଭାରତୀୟ ଦଳରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ନଦୀମ ଆଜି ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଛନ୍ତି।
  
 Follow Us