ଲକ୍‌ଡାଉନ୍‌ ଯୋଗୁଁ ଜର୍ମାନିରେ ରହିଯାଇଛନ୍ତି ନଗଲ

Advertisment
ଲକ୍‌ଡାଉନ୍‌ ଯୋଗୁଁ ଜର୍ମାନିରେ ରହିଯାଇଛନ୍ତି ନଗଲ

Hindustan Times

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସୁମିତ ନଗଲ୍ ଗତମାସ ପ୍ରଥମ ସପ୍ତାହରେ ବିଏନ୍‌ପି ପାରିବାସ ଓପନ୍‌ରେ ଭାଗ ନେବା ଲାଗି କାଲିଫର୍ନିଆର ଇଣ୍ଡିଆନ୍‌ ୱେଲ୍ସରେ ପହଞ୍ଚିଥିଲେ। ଏହି ପ୍ରତିଯୋଗିତା ମାର୍ଚ ୧୧ରୁ ଆରମ୍ଭ ହେବାକୁ ଥିଲା। ହେଲେ କରୋନା ପାଇଁ ଧାର୍ଯ୍ୟ ତାରିଖର ଦୁଇ ଦିନ ପୂର୍ବରୁ ଏହାକୁ ଆୟୋଜକ ୬ ସପ୍ତାହ ସ୍ଥଗିତ ରଖିବା ଲାଗି ଘୋଷଣା କରିଥିଲେ। ଫଳରେ ଏହି ୨୫ ବର୍ଷୀୟ ଭାରତୀୟ ତାରକା କାଲିଫର୍ନିଆରୁ ଜର୍ମାନୀର ପେଇନ୍‌କୁ ଫେରିଯାଇଥିଲେ। ଯେତେବେଳେ ଅବସ୍ଥା ଆହୁରି ଖରାପ ହେଲା ସେତେବେଳେ ମୁଁ ଇଣ୍ଡିଆନ୍ ୱେଲ୍ସକୁ ଯାଇଥିଲି। ଆୟୋଜକମାନେ ସ୍ଥିର କଲେ ଯେ ପ୍ରତିଯୋଗିତାକୁ ୬ ସପ୍ତାହ ସ୍ଥଗିତ ରଖିବେ, ତେଣୁ ମୁଁ ଜର୍ମାନୀ ଫେରିଗଲି। ସେହି ସମୟରେ ଟିକେଟ୍ କିଣିବା ଠିକ୍ ଥିଲା। ତେଣୁ ମୁଁ ଆରାମରେ ସେଠାରେ ପହଞ୍ଚିଥିଲି ବୋଲି ସୁମିତ କହିଛନ୍ତି। ଜର୍ମାନୀରେ ପହଞ୍ଚିବା ପରେ ମୋତେ ସଂଗରୋଧରେ ରଖାଯାଇ ନଥିଲା। ମାତ୍ର ଦୁଇ ଦିନ ପରେ ଏଠାରେ ଲକ୍‌ଡାଉନ୍‌ କରାଯାଇଥିଲା ବୋଲି ସେ କହିଛନ୍ତି। ଆମ ପରିବାର ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି। ପିତାମାତାଙ୍କ ସହିତ ନିୟମିତ ଭାବେ ମୁଁ ଯୋଗାଯୋଗରେ ଅଛି। ଏବର ପରିସ୍ଥିତିକୁ ନେଇ ଆମେ ସମସ୍ତେ ଚିନ୍ତିତ ଅଛୁ। ଜର୍ମାନୀ ମୋର ଦ୍ୱିତୀୟ ଘର ପରି ହୋଇଗଲା। ମୋ ଦଳ ସହିତ ମୁଁ ଏଠାରେ ଏକ ପ୍ରକାର ଭଲରେ ଅଛି ବୋଲି ସେ ପ୍ରକାଶ କରିଛନ୍ତି।

ନେନ୍‌ସେଲ ଟେନିସ୍ ଏକାଡେମିରେ ରହିବା ମୋ ପାଇଁ ଲାଭବାନ ହୋଇଛି। ଏହା ଏକ ନିରାପଦ ସ୍ଥାନ, ବନ୍ଦ ପରିବେଶରେ ଅଛି ଏବଂ ଏଠାରେ ଉପଯୁକ୍ତ ଖାଦ୍ୟ ମିଳୁଛି। ଏକାଡେମି ଏବଂ ଟେନିସ୍ କୋର୍ଟ ପରିସରରେ ଫିଟନେସ୍ ସେଣ୍ଟର ଅଛି, ଯେଉଁଠାରେ ମୁଁ ଫିଟ୍ ଏବଂ ସୁସ୍ଥ ରହିବା ପାଇଁ ତାଲିମ ନେଇପାରୁଛି ବୋଲି ସୁମିତ କହିଛନ୍ତି। ମୋର ବହୁତ ସାଙ୍ଗ ଅଛନ୍ତି, ଯେଉଁମାନେ ସବୁବେଳେ ଅନଲାଇନ୍‌ରେ ରହୁଛନ୍ତି, ତେଣୁ ମୁଁ ସେମାନଙ୍କ ସହିତ ଖେଳୁଛି। ମିଳିଥିବା ବିରତିକୁ ଉପଭୋଗ କରିବାକୁ ଚେଷ୍ଟା କରିବା ସହ ନକାରାତ୍ମକ ଶକ୍ତି ବିଷୟରେ ଅଧିକ ଚିନ୍ତାକରୁନି। ହିପ୍‌-ହପ୍‌, ଆର ଆଣ୍ଡ୍‌ ବି, ଦୀପ ହାଉସ୍ ଏବଂ ବଲିଉଡ ଗୀତ ଶୁଣି ସମୟ କାଟୁଛି ବୋଲି ସେ କହିଛନ୍ତି। ଟେନିସ ତାରକାମାନେ କାଁଭାଁ ଟିଭି ‌ଓ ଫିଲ୍ମ ଦେଖିବାକୁ ସମୟ ପାଇଥାନ୍ତି। ଲକ୍‌ଡାଉନ୍‌ ଯେଗୁଁ ଏସବୁ ସମ୍ଭବ ହୋଇପାରୁଛି। ନିକଟରେ ମୁଁ ସ‌ାମାଜିକ ଗଣମାଧ୍ୟମରେ ସ୍ୱିଜରଲ୍ୟାଣ୍ଡ ତାରକା ରୋଜର ଫେଡେରର୍‌ଙ୍କ ଭିଡିଓ ଦେଖିଥିଲି। ଯେଉଁଥିରେ ସେ ଅଭ୍ୟାସ କରିବା ପାଇଁ ଏକ କାନ୍ଥର ସାହାରା ନେଇଥିଲେ। ମୁଁ ତାଙ୍କ ଭଳି ସମାନ ‘କାନ୍ଥ-ଅଭ୍ୟାସ’ କରୁନି। କିନ୍ତୁ ଏହି ଅସମୟରେ ମୁଁ ଯଥାସମ୍ଭବ ଅଭ୍ୟାସ ଜାରି ରଖିବାକୁ ଚେଷ୍ଟା କରୁଛି ବୋଲି ସୁମିତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe