ନଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ୍‌: ଓଡ଼ିଶାର ଦ୍ବିତୀୟ ବିଜୟ

Advertisment
ନଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ୍‌: ଓଡ଼ିଶାର ଦ୍ବିତୀୟ ବିଜୟ

ଭୁବନେଶ୍ବର: ନଗେଶ ଟ୍ରଫି ଦୃ‌ଷ୍ଟିହୀନ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଦ୍ବିତୀୟ ବିଜୟ ପାଇଛି। ରାଜସ୍ଥାନର ଆଜ୍‌ମିରରେ ଖେଳାଯାଇଥିବା ପଣ୍ଡିଚେରୀ ବିପକ୍ଷ ମ୍ୟାଚ୍‌କୁ ଓଡ଼ିଶା ୧୮୪ ରନ୍‌ରେ ଜିତି ନେଇଛି। ଶନିବାର ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ନିର୍ଧ‌ାରିତ ୧୫ ଓଭରରେ ୨ ୱିକେଟ୍‌ ବିନିମୟରେ ୨୩୯ ରନ୍‌ କରିଥିଲା। ସୁଖରାମ ମାଝୀ (୧୧୧*, ୫୨ ବଲ୍‌) ଅପରାଜିତ ଶତକ ହାସଲ କରିଥିଲା ବେଳେ ସୁକଦେବ ସୋରେନ୍‌ (୫୨, ୨୨ ବଲ୍‌) ଅର୍ଧଶତକ ଏବଂ ଲାଲ୍‌ପ୍ରସାଦ ସୋରେନ୍‌ ୩୫ ରନ୍‌ର ଯୋଗଦାନ କରିଥିଲେ। ଜବାବରେ ପଣ୍ଡିଚେରୀ ୯ ୱିକେଟ୍‌ ହରାଇ ମାତ୍ର ୫୪ ରନ୍‌ କରିବାକୁ ସମର୍ଥ ହୋଇଥିଲା। ଲିଙ୍ଗରାଜ ରାଉତରା ୨, ପଙ୍କଜ ଭୂଏ, ସୁକଦେବ ସୋରେନ, ତପନ କୁମାର ଗୌଡ଼ ଓ ଅନୀଲ ମଲ୍ଲିକ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଗ୍ରୁପ୍‌ ଡି’‌ରେ ସ୍ଥାନ ପାଇଥିବା ଓଡ଼ିଶା ରବିବାର ମ୍ୟାଚ୍‌ରେ ରାଜସ୍ଥାନକୁ ଭେଟିବ। ଏହି ମ୍ୟାଚ୍‌ ଜିତିଲେ ଓଡ଼ିଶାର କ୍ବାର୍ଟର୍‌ ଫାଇନାଲ୍‌ ଖେଳିବା ନିଶ୍ଚିତ ହୋଇଯିବ। ସୋମବାର ଶେଷ ଲିଗ୍‌ ମ୍ୟାଚ୍‌ରେ ପଂଜାବକୁ ଭେଟିବ। ସୂଚନାଯୋଗ୍ୟ ଯେ ପୂର୍ବରୁ ଗୋଆରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ ମଧ୍ୟରୁ ଗୋଆକୁ ଓଡ଼ିଶା ହରାଇଥିଲା ବେଳେ ‌କର୍ଣ୍ଣାଟକଠୁ ପରାଜୟ ବରଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe