ନଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ୍: ତାମିଲନାଡୁକୁ ହରାଇଲା ଓଡ଼ିଶା

Advertisment
ନଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ୍: ତାମିଲନାଡୁକୁ ହରାଇଲା ଓଡ଼ିଶା

ଭୁବନେଶ୍ବର: ଜାତୀୟ ନଗେଶ ଟ୍ରଫି ଦୃଷ୍ଟିହୀନ କ୍ରିକେଟ୍ ପ୍ରତିଯୋଗିତାରେ ସହଜ ବିଜୟରୁ ଓଡ଼ିଶା ତା’ର ଅଭିଯାନ ଆରମ୍ଭ କରିଛି। ମହମ୍ମଦ ଜାଫର ଇକବାଲଙ୍କ ନେତୃତ୍ବାଧୀନ ଓଡ଼ିଶା ଦଳ ପ୍ରଥମ ମ୍ୟାଚ୍‌ରେ ୭ ୱିକେଟ୍‌ରେ ତାମିଲନାଡୁକୁ ପରାସ୍ତ କରିଛି। ନୂଆଦିଲ୍ଲୀର ଦ୍ବାରକା କ୍ରିକେଟ୍ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ତାମିଲନାଡୁ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।

ଅରୁଣ କୁମାରଙ୍କ ୫୧ ରନ୍ ବଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୮ ରନ୍ କରି ନେଇଥିଲା। ଓଡ଼ିଶା ପକ୍ଷରୁ ପଙ୍କଜ ଭୂଏ ୪ ଓଭରରେ ୧୮ ରନ୍ ଦେଇ ୩ ଏବଂ ତପନ କୁମାର ଗୌଡ ଗୋଟିଏ ୱିକେଟ୍ କରାୟତ୍ତ କରିଥିଲେ। ୧୨୯ ରନ୍‌ର ବିଜୟ ଲକ୍ଷ୍ୟକୁ ଓଡ଼ିଶା ୧୧.୧ ଓଭରରେ ମାତ୍ର ୩ ୱିକେଟ୍ ହରାଇ ହାସଲ କରିନେଇଥିଲା। ଓଡ଼ିଶା ପାଇଁ ସୁଖରାମ ମାଝୀ ୫୮* (୩୩ ବଲ୍) ଏବଂ ଲାଲ ପ୍ରସାଦ ସୋରେନ୍ ୨୯ (୧୩ ବଲ୍) ରନ୍ କରିଥିଲେ। ପଙ୍କଜ ଭୂଏ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓଡ଼ିଶା ଗୁରୁବାର ଦ୍ବିତୀୟ ଲିଗ୍‌ ମ୍ୟାଚ୍‌ରେ ଝାଡ଼ଖଣ୍ଡ ସହ ମୁକାବିଲା କରିବ। ଏହି ମ୍ୟାଚ୍ ନୂଆଦିଲ୍ଲୀର ସାକେତ କ୍ରିକେଟ୍ ପଡ଼ିଆରେ ଅପରାହ୍ନ ୧ଟା ୩୦ରେ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe