ନଗେଶ ଟ୍ରଫି କ୍ରିକେଟ୍: ଓଡ଼ିଶାର ଲଗାତାର ବିଜୟ

ନଗେଶ ଟ୍ରଫି କ୍ରିକେଟ୍: ଓଡ଼ିଶାର ଲଗାତାର ବିଜୟ

ଭୁବନେଶ୍ବର: ନଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଲଗାତାର ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ତାମିଲନାଡୁକୁ ୭ ୱିକେଟ୍‌ରେ ପରାସ୍ତ କରିଥିବା ଓଡ଼ିଶା ଦଳ ଗୁରୁବାର ଖେଳିଥିବା ଦ୍ବିତୀୟ ମୁକାବିଲାରେ ଝାଡ଼ଖଣ୍ଡକୁ ଏକତରଫା ଭାବେ ୧୦ ୱିକେଟ୍‌ରେ ପରାସ୍ତ କରିଛି। ଓଡ଼ିଶା ତୃତୀୟ ମ୍ୟାଚ୍‌ରେ ଦିଲ୍ଲୀକୁ ଭେଟିବ। ଏହି ମ୍ୟାଚ୍ ନୂଆଦିଲ୍ଲୀର ସାକେତସ୍ଥିତ ଡିଡିଏ ସ୍ପୋର୍ଟସ କଂପ୍ଲେକ୍ସରେ ଶୁକ୍ରବାର ଖେଳାଯିବ।

ଆଜି ମ୍ୟାଚ୍‌ରେ ଝା‌ଡ଼ଖଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଦଳ ସଂଜୀବଙ୍କ ୩୬ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୩୯ ରନ୍ କରିଥିଲା। ୧୪୦ ରନ୍‌ର ବିଜୟ ଲକ୍ଷ୍ୟକୁ ଓଡ଼ିଶା ୧୪.୩ ଓଭରରେ କୌଣସି ୱିକେଟ୍ ନହରାଇ ହାସଲ କରିନେଇଥିଲା। ଓପନର ସୁଖରାମ ମାଝୀ (୬୩*) ଓ ନକୁଳ ବଡ଼ନାୟକ (୫୬*) ଅପରାଜିତ ରହିଥିଲେ। ନିଜ ଅପରାଜିତ ଅର୍ଦ୍ଧଶତକୀୟ ପାଳି ପାଇଁ ସୁଖରାମ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe