କଟକ: ସୁନ୍ଦରଗଡ଼ର ସାଇ ପ୍ରଶିକ୍ଷଣ କେନ୍ଦ୍ର ନାଲ୍କୋ କପ୍ ହକି ପ୍ରତିଯୋଗିତାର ୧୬ତମ ସଂସ୍କରଣ ବିଜେତା ହୋଇଛି। ଗୁରୁବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ସୁନ୍ଦରଗଡ଼ ଦଳ ୨-୧ ଗୋଲରେ ଆର୍ଏସ୍ପି (ରାଉରକେଲା ଇସ୍ପାତ କାରଖାନା)କୁ ହରାଇ ଏହି ସଫଳତା ପାଇଛି। ମ୍ୟାଚର ଅଷ୍ଟମ ମିନିଟ୍ରେ ଆର୍ଏସ୍ପିର ଅଭିରାମ ଲୁଗୁନ ପ୍ରଥମ ଗୋଲ୍ ଦେଇଥିଲେ। ହେଲେ ୨୬ ମିନିଟ୍ରେ ସୁନ୍ଦରଗଡ଼ ପକ୍ଷରୁ ସନ୍ଦୀପ ସୁରିନ୍ ଗୋଟିଏ ଗୋଲ୍ ଦେଇ ମ୍ୟାଚ୍ ସମାନ ସ୍ଥିତିକୁ ନେଇଯାଇଥିଲେ। ହେଲେ ୫୮ ମିନିଟ୍ରେ ଅଞ୍ଜେଲ ମିଞ୍ଜ୍ଙ୍କ ଗୋଲ୍ ହିଁ ସୁନ୍ଦରଗଡ଼ ଦଳକୁ ଅଗ୍ରଣୀ କରାଇବା ସହ ବିଜୟ ଭେଟି ଦେଇଥିଲା। ଉଦ୍ଯାପନୀ ସମାରୋହରେ ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାଲ୍କୋ ମାନବ ସମ୍ବଳ ନିର୍ଦେଶକ ବସନ୍ତ କୁମାର ଠାକୁର, ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ଆଶୀର୍ବାଦ ବେହେରା, ହକି ଓଡ଼ିଶା ସଭାପତି ଜଷ୍ଟିସ୍ ଏଏସ୍ ନାୟୁଡୁ, ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ, ଉପ ସଭାପତି ଶ୍ରୀମନ୍ତ ସାହୁ ଓ ଉମାକାନ୍ତ ନନ୍ଦ ପ୍ରମୁଖ ପୁରସ୍କାର ଉପସ୍ଥିତ ଥିଲେ।
ସୁନ୍ଦରଗଡ଼ ଜିତିଲା ନାଲ୍କୋ କପ୍
Advertisment
Follow Us