ନଳିନୀ ମହାନ୍ତୀ ଚ୍ୟାଲେଞ୍ଜ କ୍ରିକେଟ୍‌ ସେମିରେ କ୍ଷେତ୍ରପାଳ କ୍ଲବ୍‌

Advertisment
କ୍ଷେତ୍ରପାଳ କ୍ଲବ୍‌ ବିଜେତା

Cricket bat and ball on green grass of cricket pitch

ରାଜନଗର: ବୁଧବାର ଶେଷ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ କେନ୍ଦ୍ରାପଡାର ବାଲାବାବା କ୍ରିକେଟ୍‌ ଦଳକୁ ୧୦୦ ରନ୍‌ରେ ପରାସ୍ତ କରି ଭୁବନେଶ୍ୱରର କ୍ଷେତ୍ରପାଳ କ୍ରିକେଟ୍‌ କ୍ଲବ ଦାଣ୍ଡିଠାରେ ଚାଲିଥିବା ରାଜ୍ୟସ୍ତରୀୟ ନଳିନୀକାନ୍ତ ମହାନ୍ତି ଚ୍ୟାଲେଞ୍ଜ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଭୁବନେଶ୍ୱର ଦଳ ନିର୍ଧାରିତ ୨୫ ଓଭରରେ ୬ ଓ୍ଵିକେଟ୍‌ ହରାଇ ୨୧୦ ରନ୍‌ କରିଥିଲା। ଶୁଭକାନ୍ତ ପ୍ରଧାନ ୨୮ ବଲ୍‌ରୁ ୬ ଚୌକା ଓ ୭ ଛକା ସହାୟତାରେ ବିସ୍ଫୋରକ ୬୯ ରନ୍‌ ଓ ଦେବାଶିଷ ଭଟ୍ଟ ୪୧ ବଲ୍‌ରୁ ୪ ଚୌକା ଓ ୩ ଛକା ସହାୟତାରେ ୫୪ ରନ୍‌ କରିଥିଲେ। କେନ୍ଦ୍ରାପଡା ଦଳର ଉତ୍କଳ କେଶରୀ ଓ ହିମାଂଶୁ ସିଂ ୩ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ କେନ୍ଦ୍ରାପଡା ଦଳ ୧୬ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୧୦ ରନ୍‌ କରିପାରିଥିଲା। ସୁଧାଂଶୁ ପତି ୧୫ ବଲ୍‌ରୁ ଗୋଟିଏ ଚୌକା ଓ ୪ ଛକା ସହାୟତାରେ ୩୧ ଓ ଅମିତ୍‌ ସାହୁ ୨୦ ବଲ୍‌ରୁ ୨ ଚୌକା ଓ ଗୋଟିଏ ଛକା ସହାୟତାରେ ୧୮ ରନ୍‌ କରିଥିଲେ। ଭୁବନେଶ୍ୱର ଦଳର ଶୁଭକାନ୍ତ ପ୍ରଧାନ ଓ ବିଶ୍ୱଭୂଷଣ ୩ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଶୁଭକାନ୍ତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରୀରାମପୁର ସରପଞ୍ଚ ବିରଞ୍ଚିି ନାରାୟଣ ଦାସ, ଯୁବନେତା ଅଲେଖ ଚନ୍ଦ୍ର ପାତ୍ର ଓ ସମାଜସେବୀ ରବୀନ୍ଦ୍ର ନାଥ ପାତ୍ର ଅତିଥି ଭାବେ ଯୋଗଦେଇଥିଲେ। ଗୁରୁବାର ଦୁଇ ଭୁବନେଶ୍ୱର ଦଳ ସ୍କାନ୍‌ କ୍ରିକେଟ୍‌ କ୍ଲବ ଓ କ୍ଷେତ୍ରପାଳ କ୍ରିକେଟ୍‌ କ୍ଲବ୍‌ ମଧ୍ୟରେ ପ୍ରଥମ ସେମିଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe