ନମିତା ଟୋପ୍ପୋ ପାଇବେ ଏକଲବ୍ୟ ପୁରସ୍କାର: ସେହ୍ନା ସୋରେନ୍‌, ଋତାପର୍ଣ୍ଣା ପଣ୍ଡା ଉପବିଜେତା

Advertisment
ନମିତା ଟୋପ୍ପୋ ପାଇବେ ଏକଲବ୍ୟ ପୁରସ୍କାର: ସେହ୍ନା ସୋରେନ୍‌, ଋତାପର୍ଣ୍ଣା ପଣ୍ଡା ଉପବିଜେତା

ଭୁବନେଶ୍ବର: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ମହିଳା ହକି‌ ଖେଳାଳି ନମିତା ଟୋପ୍ପୋଙ୍କୁ ମିଳିବ ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର। ଖେଳ ଜୀବନରେ ତ‌ିନିଟି ପ୍ରମୁଖ ଅନ୍ତର୍ଜାତୀୟ ପଦକ ବିଜୟିନୀ ନମିତାଙ୍କୁ ରବିବାର ୨୮ତମ ସଂସ୍କରଣ ବିଜେତା ଭାବେ ବାଛିଛନ୍ତି ଏକଲବ୍ୟ ପୁରସ୍କାର ବିଚାରକମଣ୍ଡଳି। ଏଥି ସହିତ ଦୁଇ ଉଦୀୟମାନ ପ୍ରତିଭା ଭାରୋତ୍ତୋଳିକା ସ୍ନେହା ସୋରେନ୍ ଏବଂ ବ୍ୟାଡମିଣ୍ଟନ୍‌ ବିସ୍ମୟ ଋତାପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ମନୋନୀତ କରାଯାଇଛି। ପୁଣି ଥରେ ମହିଳା ଖେଳାଳିମାନେ ଏକଲବ୍ୟ ପୁରସ୍କାର ତାଲିକାକୁ ପୋଛି ନେଇଛନ୍ତି। କୋଭିଡ୍‌ କଟକଣାର ସମସ୍ତ ନିୟମ ମଧ୍ୟରେ ଖୁବ୍ ଶୀଘ୍ର ଏକ ନିରାଡମ୍ବର ଉତ୍ସବରେ ନମିତାଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯିବ। ଏହି ଅବସରରେ ସ୍ନେହା ଓ ଋତାପର୍ଣ୍ଣାଙ୍କୁ ୫୦ ହଜାର ଟଙ୍କା ଓ ମାନପତ୍ର ଦ୍ବାରା ସମ୍ବର୍ଧିତ କରାଯିବ। ଭାରତ ପାଇଁ ୧୫୬ ମ୍ୟାଚ୍‌ରେ ପ୍ରତିନିଧିତ୍ବ କରିସାରିଥିବା ନମିତା ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ା କାଂସ୍ୟ, ୨୦୧୭ରେ ଗିଫୁ ଏସିଆନ୍‌ କପ୍‌ ସ୍ବର୍ଣ୍ଣ, ୨୦୧୮ରେ ଜାକର୍ତା ଏସୀୟ କ୍ରୀଡ଼ା ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ।

ଭାରତର ପ୍ରମୁଖ ଫେରୋ ଆଲୟଜ୍‌ ଉତ୍ପାଦନକାରୀ କମ୍ପାନି ଇମ୍ଫା ଦ୍ବାରା ପରିଚାଳିତ ‘ଇଣ୍ଡିଆନ୍‌ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ୍‌ ଟ୍ରଷ୍ଟ୍‌’ (ଇମ୍ପାକ୍ଟ) ଦ୍ବାରା ୧୯୩୩ ମସିହାରୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଉଛି। ଜାତୀୟ ସ୍ତରର ବହୁ ପୁରସ୍କାର ସମାନ୍ତରାଳ ଥିବା ଏହି ପୁରସ୍କାର ଓଡ଼ିଶାର ସବୁଠାରୁ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ରୂପେ ପରିଚିତ ରହିଛି। ‘ଏହି ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ’ ବୋଲି ଇମ୍ପାକ୍ଟର ଟ୍ରଷ୍ଟି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଏହି ପୁରସ୍କାରକୁ ଅନ୍ୟତମ ହକି ଖେଳାଳି ଲିଲିମା ମିଞ୍ଜ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe