Tennis: ଭାଇରାଲ୍ ହେଲେ ଜାପାନର ଏକ ନମ୍ବର ମହିଳା ଟେନିସ୍ ଖେଳାଳି

Advertisment

ଜାପାନର ଏକ ନମ୍ବର ମହିଳା ଟେନିସ୍ ଖେଳାଳି ତଥା ଦୁଇ ଥର ବିଜୟିନୀ ନାଓମି ଓସାକା ଚଳିତ ଅଷ୍ଟ୍ରେଲିଆନ୍ ଓପନ୍‌ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାଇରାଲ୍ ହୋଇଛନ୍ତି। ମଙ୍ଗଳବାର ରଡ୍‌ ଲାଭର ଏରିନାକୁ ତାଙ୍କ ପ୍ରବେଶ ଥିଲା ନିଆରା ଓ ଅତ୍ୟନ୍ତ ଗ୍ଲାମରିଅର୍ସ।

ଜାପାନର ଏକ ନମ୍ବର ମହିଳା ଟେନିସ୍ ଖେଳାଳି ତଥା ଦୁଇ ଥର ବିଜୟିନୀ ନାଓମି ଓସାକା ଚଳିତ ଅଷ୍ଟ୍ରେଲିଆନ୍ ଓପନ୍‌ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାଇରାଲ୍ ହୋଇଛନ୍ତି। ମଙ୍ଗଳବାର ରଡ୍‌ ଲାଭର ଏରିନାକୁ ତାଙ୍କ ପ୍ରବେଶ ଥିଲା ନିଆରା ଓ ଅତ୍ୟନ୍ତ ଗ୍ଲାମରିଅର୍ସ।

Untitled-32

ସିଡ୍‌ନି: ଜାପାନର ଏକ ନମ୍ବର ମହିଳା ଟେନିସ୍ ଖେଳାଳି ତଥା ଦୁଇ ଥର ବିଜୟିନୀ ନାଓମି ଓସାକା ଚଳିତ ଅଷ୍ଟ୍ରେଲିଆନ୍ ଓପନ୍‌ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାଇରାଲ୍ ହୋଇଛନ୍ତି। ମଙ୍ଗଳବାର ରଡ୍‌ ଲାଭର ଏରିନାକୁ ତାଙ୍କ ପ୍ରବେଶ ଥିଲା ନିଆରା ଓ ଅତ୍ୟନ୍ତ ଗ୍ଲାମରିଅର୍ସ। ଓସାକା ଓସାରିଆ ଗୋଲାକାର ଟୋପି ପିନ୍ଧି ହାତରେ ଏକ ଛତା ଧରି ଏବଂ ଧଳା ପାରଦର୍ଶୀ ତଥା ଜେଲି ଫିସ୍‌ ଅନୁପ୍ରେରିତ ପୋଷାକ ପିନ୍ଧି ଏହି ଐତିହାସିକ ଟେନିସ୍ କୋର୍ଟକୁ ପ୍ରବେଶ କରିବା ସେଠାରେ ଉପସ୍ଥିତ ଟେନିସ୍ ପ୍ରେମୀଙ୍କ ଢେର ଧ୍ୟାନ ଆକର୍ଷଣ କରିଥିଲା। ତାଙ୍କର ଏଭଳି ରୂପ ମଧ୍ୟ କିଛି ସେକେଣ୍ଡ୍‌ ଭିତରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ‌ହୋଇଯାଇଥିଲା।

ଓସାକାଙ୍କ ଏହି ଲୁକ୍‌ ଓ ପୋଷାକ ଲଣ୍ଡନ ଭିତ୍ତିକ ଡିଜାଇରନ୍ ରୋବର୍ଟ ୟୁନ୍‌ ପ୍ରସ୍ତୁତ କରିଛନ୍ତି। ଷୋଡ଼ଦଶ ସିଡ୍‌ ଓସାକାଙ୍କ ପ୍ରବେଶକୁ ଅଷ୍ଟ୍ରେଲିଆନ୍ ଓପନ୍‌ର ଆୟୋଜକ ବି ନିଜ ଇତିହାସର ସବୁଠାରୁ ଷ୍ଟାଇଲିସ୍‌ ଚାଲିର ଆଖ୍ୟା ଦେଇଛନ୍ତି। ଓସାକା ମଧ୍ୟ ତାଙ୍କୁ ମିଳୁଥିବା ଗୁରୁତ୍ବକୁ୍‌ ବେଶ୍‌ ଉପଭୋଗ କରୁଛନ୍ତି। ଇନଷ୍ଟାଗ୍ରାମ୍‌ରେ ନିଜ ନୂଆ ଲୁକ୍‌ର ଫଟୋ ପ୍ରକାଶ କରି ‘ ଫୋନ୍‌ ଉଠାଅ, ଏହା ଜେଲି ଫିସ୍‌’ ଋତୁ ବୋଲି ଲେଖି ପ୍ରଶଂସକଙ୍କୁ ତାଙ୍କର ଅଧିକରୁ ଅଧିକ ଫଟୋ ଉଠାଇବାକୁ ପ୍ରେରିତ କରିଥିଲେ। ଗତବର୍ଷ ୟୁଏସ୍‌ ଓପନ୍‌ରେ ଏକ ଫୁଲ୍‌ ପକା ସୁନ୍ଦର ପୋଷାକ ପରିଧାନ କରି ସେ ମଧ୍ୟ ବେଶ୍‌ ଚର୍ଚ୍ଚିତ ଓ ପ୍ରଶଂସିତ ହୋଇଥିଲେ। ସେ ମଧ୍ୟ ନିଜ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌କୁ ସହଜରେ ଜିତି ନିଜ ଷ୍ଟାଇଲିସ୍‌ ଅବତାରର ଯଥାର୍ଥ ସମ୍ମାନ ରଖିଥିଲେ।

ଆହୁରି ପଢ଼ନ୍ତୁ: Supremecourt: ବୁଲା କୁକୁର ମନ୍ତବ୍ୟ ପାଇଁ ମେନକା ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମ୍‌କୋର୍ଟ

ପ୍ରଥମ ରାଉଣ୍ଡ୍‌ରୁ ବିଦା ହେଲେ ଭାରତର ପୁନାଚା

ବହୁବର୍ଷର ସଂଘର୍ଷ ପରେ ୩୦ବର୍ଷ ବୟସରେ ଅଷ୍ଟ୍ରେଲିଆନ୍ ଓପନ୍‌ ପଦାର୍ପଣ କରିଥିବା ଭାରତର ନିକି ପୁନାଚା ପ୍ରଥମ ରାଉଣ୍ଡ୍‌ରୁ ନୈରାଶ୍ୟଜନକ ଭାବେ ବିଦାୟ ନେଇଛନ୍ତି। ମଙ୍ଗଳବାର ପୁରୁଷ ଯୁଗଳର ପ୍ରଥମ ରାଉଣ୍ଡ୍‌ରେ ପୁନାଚା ଓ ତାଙ୍କ ଥାଇଲାଣ୍ଡ ସାଥୀ ପ୍ରୁଚୟ ଇସାରୋ ସ୍ପେନ୍‌ର ପେଡ୍ରୋ ମାର୍ଟିନେଜ୍ ଓ ଜୁମେ ମୁନାରଙ୍କଠାରୁ ୬-୭ (୩), ୫-୭ରେ ହାରିଯାଇଛନ୍ତି। ଏହି ଭାରତ-ଥାଇଲାଣ୍ଡ ଯୋଡ଼ି ଏକ ଘଣ୍ଟା ୫୧ ମିନିଟ୍‌ କାଳ ଲଢ଼ିଥିଲେ ମଧ୍ୟ ବିଜୟର ମିଠା ସ୍ବାଦ ଚାଖି ପାରି ନଥି‌ଲେ। ପୁନାଚାଙ୍କ ପରାଜୟ ପରେ ଭାରତୀୟ ଅଭିଯାନ ଏବେ ୟୁକି ଭାମ୍ବ୍ରିଙ୍କ ଉପରେ ନିର୍ଭର କରୁଛି। ଭାମ୍ବ୍ରି ପୁରୁଷ ଯୁଗଳରେ ସ୍ବିଡେନ୍‌ର ଆନ୍ଦ୍ରେ ଗୋରାନସନ୍‌ଙ୍କୁ ସାଥୀ କରି ‌ଖେଳୁଛନ୍ତି। ଉଭୟ ଦଶମ ସିଡ୍‌ର ମାନ୍ୟତା ଲାଭ କରିଛନ୍ତି। ଚଳିତ ବର୍ଷ ପୁରୁଷ ଓ ମହିଳା ଏକକ ବର୍ଗ ଖେଳିବାକୁ କୌଣସି ଭାରତୀୟ ଯୋଗ୍ୟତା ଅର୍ଜନ କରି ନାହାନ୍ତି।

ଆହୁରି ପଢ଼ନ୍ତୁ: Australian Open 2026: ଅଷ୍ଟ୍ରେଲିଆନ୍ ଓପନ୍: ସିନ୍ନର ଆଗେଇଲେ, ହମ୍‌ବର୍ଟଙ୍କୁ ବିଦାକଲେ ସେଲଟନ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe