ମାଙ୍ଗାଲୋର ବିଶ୍ବବିଦ୍ୟାଳୟର ନରେନ୍ଦ୍ର ପ୍ରତାପ ସିଂହ ୧୦,୦୦୦ ମିଟର ଦୌଡ଼ ପରେ ୫,୦୦୦ ମିଟରର ପ୍ରଥମ ସ୍ଥାନରେ ରହି ଯୁଗଳ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ମଧ ୫,୦୦୦ ମିଟରରେ ନିଜ କୀର୍ତ୍ତିମାନ ଭାଙ୍ଗିଛନ୍ତି। ୨୩ ବର୍ଷୀୟ ନରେନ୍ଦ୍ରଙ୍କ ଟାଇମିଂ ୧୪ ମିନିଟ୍ ୧୯.୧୯ ସେକେଣ୍ଡ ଥିଲା। ଯାହା ତାଙ୍କ ପୂର୍ବ ପ୍ରଦର୍ଶନଠାରୁ ପାଖାପାଖି ଏକ ମିନିଟ୍ କମ୍। ନରେନ୍ଦ୍ରଙ୍କ ପିତା ଉତ୍ତର ପ୍ରଦେଶର ପୁଲିସ ବିଭାଗରେ କାର୍ଯ୍ୟ କରୁଥିଲା ବେଳେ ନିଜର ତିନି ପୁଅଙ୍କୁ ଖେଳାଖେଳି କରିବାକୁ ନିୟମିତ ଉତ୍ସାହିତ କରନ୍ତି। ନରେନ୍ଦ୍ର ମଧ୍ୟ ପାଠ ପଢ଼ିବାଠାରୁ ଦୌଡ଼ିବାକୁ ଅଧିକ ଭଲ ପାଆନ୍ତି। ସାଇ ଏକାଡେମିରେ ଯୋଗଦେବା ପରେ ହିଁ ଖେଳ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା। ଏବେ ସେ ଫେଡେରେସନ୍ କପ ଉପରେ ନଜର ପକାଇନ୍ତି। ତେବେ ଜାତୀୟ କ୍ରୀଡ଼ାରେ ଭଲ କରିବା ତାଙ୍କର ଅସଲ ଲକ୍ଷ୍ୟ ବୋଲି ନରେନ୍ଦ୍ର ମତ ଦେଇଛନ୍ତି।
ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା: ନରେନ୍ଦ୍ରଙ୍କୁ ୧୦,୦୦୦ ପରେ ୫,୦୦୦ ମିଟର ସ୍ବର୍ଣ୍ଣ
Advertisment
Follow Us