ନସିମ ଏକାଦଶକୁ ପିଏଲ୍‌ସି ଟ୍ରଫି

Advertisment
ନସିମ ଏକାଦଶକୁ ପିଏଲ୍‌ସି ଟ୍ରଫି

ଭୁବନେଶ୍ୱର: ନସିମ ଏକାଦଶ ପଞ୍ଚମ ପ୍ରିମିୟର ଲିଗ୍‌ କ୍ରିକେଟ୍‌ (ପିଏଲ୍‌ସି) ଟ୍ରଫି କରାୟତ କରିଛି। ଜୀବନ ଜ୍ୟୋତି ସେବା ସଂଘ ଆନୁକୂଲ୍ୟରେ ୟୁନିଟ୍‌-୬ ଖେଳ ପଡ଼ିଆରେ ଆୟୋଜିତ ରବିବାର ଫାଇନାଲ୍‌ରେ ନସିମ ଏକାଦଶ ୧୮ ରନ୍‌ରେ ମାନସ ଏକାଦଶକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ନସିମ ଏକାଦଶ ୮୩ ରନ୍‌ କରିଥିଲା। ଜବାବରେ ମାନସ ଏକାଦଶ ୬୫ ରନ୍‌ କରିଥିଲା। ବିକି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କ୍ଲବ୍‌ର ସଭାପତି ଶ୍ରୀଧର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହକି ଗାଙ୍ଗପୁର ଓଡ଼ିଶା ସମ୍ପାଦକ ଦେବାଶିଷ ଗୌଡ଼ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe