ଟେଷ୍ଟ୍‌ ହ୍ୟାଟ୍ରିକ୍‌ ନେବାରେ ନସିମ ସର୍ବକନିଷ୍ଠ

ଟେଷ୍ଟ୍‌ ହ୍ୟାଟ୍ରିକ୍‌ ନେବାରେ ନସିମ ସର୍ବକନିଷ୍ଠ

India Today

ଇସଲାମାବାଦ: ଟେଷ୍ଟ୍ କ୍ରିକେଟ୍‌ରେ ହ୍ୟାଟ୍ରିକ୍ ଅର୍ଜନ କରିବାରେ ପାକିସ୍ତାନୀ ଦ୍ରୁତ ବୋଲର ନସିମ ଶାହ ବିଶ୍ବର ସର୍ବକନିଷ୍ଠ ବୋଲର ହୋଇଛନ୍ତି। ରାୱଲପିଣ୍ଡିରେ ଚାଲିଥିବା ପାକିସ୍ତାନ-ବାଂଲାଦେଶ ପ୍ରଥମ ଟେଷ୍ଟ୍ ଅବସରରେ ସେ ଏହି ଐତିହାସିକ ସଫଳତା ଲାଭ କରିଛନ୍ତି। ଆସନ୍ତା ସପ୍ତାହରେ ୧୭ ବର୍ଷ ବୟସରେ ଉପନୀତ ହେବାକୁ ଯାଉଥିବା ନସିମ ଲଗାତର ବଲ୍‌ରେ ନଜମୁଲ ହୁସେନ, ତାଇଜୁଲ ଇସଲାମ ଓ ମହମ୍ମଦୁଲ୍ଲାଙ୍କୁ ଆଉଟ୍ କରି ଖେଳ ଜୀବନର ପ୍ରଥମ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ପୂର୍ବରୁ ଏହି କୀର୍ତ୍ତିମାନ ବାଂଲାଦେଶ ଲେଗ୍ ସ୍ପିନର ଆଲୋକ କପାଳିଙ୍କ ନାଁରେ ଥିଲା। କପାଳି ୨୦୦୩ ମସିହାରେ ୧୯ ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ହାସଲ କରିଥିଲେ। ଏହି ସଫଳତା ସେ ପାକିସ୍ତାନର ପେସାୱର ସହରରେ ପାଇଥିଲେ। ରାୱଲପିଣ୍ଡି ଟେଷ୍ଟ୍‌ର ପ୍ରଥମ ପାଳିରେ ବାଂଲାଦେଶ ୨୩୩ ରନ୍ କରିଥିଲା‌। ଏହାର ଜବାବରେ ପାକିସ୍ତାନ ୪୪୫ ରନ୍ କରି ଆଗୁଆ ହୋଇଥିଲା। ରବିବାର ତୃତୀୟ ଦିନର ଖେଳ ‌ଶେଷ ସୁଦ୍ଧା ବାଂଲାଦେଶ ତା’ ଦ୍ବିତୀୟ ପାଳିରେ ୬ ୱିକେଟ୍ ବିନିମୟରେ ମାତ୍ର ୧୨୬ ରନ୍ କରି ପାଳି ପରାଜୟ ଦ୍ବାର ଦେଶରେ ରହିଛି। ହାତରେ ଆଉ ମାତ୍ର ୪ ୱିକେଟ୍ ଥିଲା ବେଳେ ଏବେ ବି ଏହି ଦଳ ପାକିସ୍ତାନର ପ୍ରଥମ ପାଳି ସ୍କୋରଠାରୁ ୮୬ ରନ୍ ପଛରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe