ଭୁବନେଶ୍ବର: କେରଳର କନୁରଠାରେ ଫେବ୍ରୁଆରି ୨୨ ଓ ୨୩ ତାରିଖରେ ଖେଳାଯିବାକୁ ଥିବା ୫୬ତମ ଜାତୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶାର ଏକ ନମ୍ବର ଜନ୍ମେଜୟ ମହାନ୍ତି ଭାଗନେବେ। ଚଳିତ ବର୍ଷ ମେ’ ମାସରେ ପୋଲାଣ୍ଡ୍ରେ ହେବାକୁ ଥିବା ‘ମିଷ୍ଟର ବିଶ୍ବ’ ଲାଗି ଏଠାରେ ଖେଳାଳି ଚୟନ କରାଯିବ। ପୂର୍ବରୁ ଜନ୍ମେଜୟ ମିଷ୍ଟର ଏସିଆ (ପଞ୍ଚମ), ମିଷ୍ଟର୍ ୱାର୍ଲଡ (ସପ୍ତମ), ମିଷ୍ଟର୍ ଇଣ୍ଡିଆ (୨ ରୌପ୍ୟ), ମିଷ୍ଟର ଇଷ୍ଟର୍ନ ଇଣ୍ଡିଆ (୩ ଥର ସ୍ବର୍ଣ୍ଣ), ଡାକଶ୍ରୀ (୪ ଥର) ଏବଂ ମିଷ୍ଟର ଭୁବନେଶ୍ବର (୧୪ ଥର) ଆଦି ଲମ୍ବା ସଫଳତା ପାଇ ସାରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us