ସନ୍‌ରାଇଜର୍ସରେ ନଟରାଜନ୍‌ଙ୍କ ସ୍ଥାନ ନେଲେ ଉମ୍ରନ ମଲିକ

Advertisment
ସନ୍‌ରାଇଜର୍ସରେ ନଟରାଜନ୍‌ଙ୍କ ସ୍ଥାନ ନେଲେ ଉମ୍ରନ ମଲିକ

ଦୁବାଇ : ଚଳିତ ଆଇପିଏଲ୍‌ରେ ବାମହାତୀ ପେସ୍‌ ବୋଲର ଟି ନଟରାଜନ୍‌ କରୋନା ସଂକ୍ରମିତ ହେବା ପରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳକୁ ଝଟ୍‌କା ଲାଗିଛି। ନଟରାଜନ୍‌ଙ୍କ ସମେତ ତାଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣଙ୍କୁ ମଧ୍ୟ ସଂଗରୋଧରେ ରହିବାକୁ ପଡ଼ିଛି। ଫଳରେ ନଟରାଜନ୍‌ ଦଳ ପାଇଁ ପ୍ରାୟ ୧୦ ଦିନ ଧରି ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ରହିବେ। ତେଣୁ ସନ୍‌ରାଇଜର୍ସ ତାଙ୍କ ବଦଳ ଖେଳାଳିକୁ ଦଳରେ ସାମିଲ କରିଛି। ଜମ୍ମୁ କଶ୍ମୀରର ଡାହାଣ ହାତୀ ପେସର୍‌ ଉମ୍ରନ୍‌ ମଲିକ ସନ୍‌ରାଇଜର୍ସରେ ସାମିଲ ହୋଇଛନ୍ତି। ନଟରାଜନ୍‌ ଦଳୀୟ ଜୈବ ବଳୟ ମଧ୍ୟକୁ ପ୍ରବେଶ ଅନୁମତି ପାଇବା ପର୍ଯ୍ୟନ୍ତ ଉମ୍ରନ୍‌ ହିଁ ବଦଳ ଖେଳାଳି ଭାବେ ରହିବେ ବୋଲି ସନ୍‌ରାଇଜର୍ସ ପକ୍ଷରୁ କୁହାଯାଇଛି। ପୁଣି ଜନି ବେୟାରଷ୍ଟୋଙ୍କ ବଦଳ ଖେଳାଳି ଭାବେ ସାମିଲ ହୋଇଥିବା ସେର୍‌ଫାନେ ରଦରଫୋର୍ଡ ତାଙ୍କ ପିତାଙ୍କ ମୃତ୍ୟୁ ଯୋଗୁଁ ସ୍ବଦେଶ ଫେରିଯିବା ପରେ ସନ୍‌ରାଇର୍ଜ ଉମ୍ରନ୍‌ଙ୍କୁ ଦଳରେ ନେବାକୁ ନିଷ୍ପତ୍ତି ନେଇଛି। ଉମ୍ରନ୍‌ ମଧ୍ୟ ସନ୍‌ରାଇଜର୍ସର ଜଣେ ନେଟ୍‌ ବୋଲର ରହିଥିଲେ।

ଏଠାରେ ସୂଚନାଯୋଗ୍ୟ, ୨୧ ବର୍ଷ ବୟସ୍କ ଉମ୍ରନ୍‌ କେବଳ ମାତ୍ର ଗୋଟିଏ ଟି-୨୦ ଏବଂ ଗୋଟିଏ ଲି‌ଷ୍ଟ୍‌-ଏ ମ୍ୟାଚ୍‌ ଖେଳିଛନ୍ତି। ଚଳିତ ବର୍ଷ ଜାନୁଆରିରେ ରେଳବାଇ ବିପକ୍ଷରେ ଖେଳିଥିବା ନିଜର ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଉମ୍ରନ୍‌ ୩ ୱିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe