ନଟ୍‌ରାଜନଙ୍କ ଆତ୍ମବିଶ୍ବାସ ଭାରତ ପାଇଁ ଫାଇଦା: ଭଜି

Advertisment
ନଟ୍‌ରାଜନଙ୍କ ଆତ୍ମବିଶ୍ବାସ ଭାରତ ପାଇଁ ଫାଇଦା: ଭଜି

ସିଡନି: ଭାରତୀୟ କ୍ରିକେଟ୍‌ର ନୂଆ ତାରକା ଟି ନଟରାଜନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ବିଶ୍ବକପ୍‌ ବିଜେତା ପୂର୍ବତନ ଅଫସ୍ପିନର୍‌ ହରଭଜନ ସିଂହ। ନଟରାଜନଙ୍କ ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ, ତାଙ୍କ ଆତ୍ମବିଶ୍ବାସ ସ୍ବତନ୍ତ୍ର ଏବଂ ଭବିଷ୍ୟତରେ ସେ ଭାରତ ପାଇଁ ବଡ଼ ଫାଇଦା ହେ‌ବେ ବୋଲି ହରଭଜନ ପ୍ରକାଶ କରିଛନ୍ତି। ନିଜ ସଂକ୍ଷିପ୍ତ ଅନ୍ତର୍ଜାତୀୟ ଖେଳ ଜୀବନରେ ଏହି ବାମହାତୀ ତାମିଲନାଡ଼ୁ ଦ୍ରୁତ ବୋଲର ୩ ମ୍ୟାଚ୍‌ରୁ ୭ ୱିକେଟ୍ (୧ ଦିନିକିଆରୁ ୨ ୱିକେଟ୍‌, ୨ ଟି-୨୦ରୁ ୫ ୱିକେଟ) ନେଇ ସାରିଛନ୍ତି। ନଟରାଜନଙ୍କ ପ୍ରଭାବୀ ବୋଲିଂ କାରଣରୁ ଭାରତ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳାକୁ ଗୋଟିଏ ମ୍ୟାଚ୍‌ ପୂର୍ବରୁ ଜିତି ନେଇଛି। କଠୋର ପରିସ୍ଥିତିରେ ସେ ଭଲ ବୋଲିଂ କରୁଛନ୍ତି।

‘ବଢ଼ିଆ, ନଟରାଜନଙ୍କ ପାଇଁ ମୁଁ ବହୁତ ଖୁସି, ତାଙ୍କ ଜୀବନର ଯାତ୍ରା ଏବଂ ବର୍ତମାନର ପ୍ରଦର୍ଶନ ଅବିଶ୍ବସନୀୟ। ଏହା ସୂଚାଇ ଦେଇଛି ନିଜ ଉପରେ ବିଶ୍ବାସ ରଖି କଠିନ ପରିଶ୍ରମ କଲେ କିଛି ବି ସମ୍ଭବ ହୋଇପାରିବ’ ବୋଲି ହରଭଜନ ପ୍ରକାଶ କରିଛନ୍ତି। ଚଳିତ ସୀମିତ ଓଭର ଶୃଙ୍ଖଳାରେ ସେ ଚମତ୍କାର ବୋଲର ରହିଛନ୍ତି, ଭାରତର ଟି-୨୦ ଶୃଙ୍ଖଳା ବିଜୟରେ ସେ ମେରୁଦଣ୍ଡ ପାଲଟିଛନ୍ତି। ଭାରତକୁ ଆବଶ୍ୟକ ବେଳେ ସେ ୱିକେଟ୍ ଦେଉଛନ୍ତି। ନିଜ ଦକ୍ଷତାକୁ ଦେଖାଇ ଭାରତ ପାଇଁ ମ୍ୟାଚ୍‌ ଜିତୁଛନ୍ତି। ସେ ଏଭଳି ଜଣେ ବ୍ୟକ୍ତି ଯେ ଭାରି ଆତ୍ମବିଶ୍ବାସୀ। ମୁଁ ଟିଭି ପରଦାରୁ ଯାହା ଦେଖିଛି, ବ୍ୟାଟ୍ସମ୍ୟାନଙ୍କ ପ୍ରହାରକୁ ତାଙ୍କର ଆଦୌ ଭୟ ନାହିଁ। ସେ ଯଦି ମ୍ୟାନ୍‌ ଅଫ ଦ ସିରିଜ୍ ବିବେଚିତ ହେବେ ମୁଁ ଚକିତ ହେବି ନାହିଁ। ଅଷ୍ଟ୍ରେଲିଆ ବିପକ୍ଷରେ ଅଷ୍ଟ୍ରେଲିଆରେ ଏଭଳି ସଫଳତା ପାଇବା ବଡ଼ କଥା ହେବ। ଭାରତ ପାଇଁ ଏହା ଏକ ବଡ଼ ଫାଇଦା ହେବାକୁ ଯାଉଛି। ସେ କେଉଁଠୁ ଆସିଲେ ଏବଂ ଭାରତ ପାଇଁ କ’ଣ କରୁଛନ୍ତି ଏହା ନିଶ୍ଚିତ ବଡ଼ କାହାଣୀ’ ବୋଲି ହରଭଜନ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe