ଛାଡପତ୍ର ଚର୍ଚ୍ଚା ମଧ୍ୟରେ ପ୍ରଥମ କରି ଏଭଳି ପ୍ରତିକ୍ରିୟା ଦେଲେ ନତାଶା, ଭିଡିଓ ଭାଇରାଲ

Advertisment
ଛାଡପତ୍ର ଚର୍ଚ୍ଚା ମଧ୍ୟରେ ପ୍ରଥମ କରି ଏଭଳି ପ୍ରତିକ୍ରିୟା ଦେଲେ ନତାଶା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ପ୍ରଥମେ ତାଙ୍କ ଦଳ ଖରାପ ପ୍ରଦର୍ଶନ କରି ଆଇପିଏଲ୍ ୨୦୨୪ରୁ ବାହାରିବା ପରେ ବର୍ତ୍ତମାନ ତାଙ୍କ ବିବାହ ଭାଙ୍ଗିବାକୁ ଯାଉଥିବା ଜଣାପଡିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ପରସ୍ପରକୁ ଛାଡପତ୍ର ଦେବାକୁ ଯାଉଛନ୍ତି। ତେବେ ଏ ସମ୍ପର୍କରେ ଦୁହେଁ କୌଣସି ଅଧିକାରିକ ଘୋଷଣା କରିନଥିବା ବେଳେ ସୋସିଆଲ ମିଡିଆରୁ ଏହା ସ୍ପଷ୍ଟ ହୋଇଛି। ନତାଶା ନିଜ ନାମରୁ ପାଣ୍ଡ୍ୟା ହଟାଇବା ସହ ସ୍ୱାମୀଙ୍କ ସହ ସବୁ ଫଟୋ ହଟାଇ ଦେଇଛନ୍ତି। ଏହାକୁ ଦେଖିବା ପରେ ଦୁହିଁଙ୍କ ମଧ୍ୟରେ କିଛି ଠିକ ନଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

‌ତେବେ ଯେଉଁ ଚର୍ଚ୍ଚା ହେଉଛି ତା’ ଉପରେ ପୂର୍ବରୁ ଦୁହେଁ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଏବେ ନତାଶାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ନତାଶା ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ତଥାକଥିତ ପ୍ରେମିକ ଆଲେକ୍ସଜାଣ୍ଡାର୍ ଆଲେକ୍ସଲିକଙ୍କ ସହ ଖାଇବାକୁ ଯାଇଥିବା ବେଳେ ଗଣମାଧ୍ୟମର କ୍ୟାମେରାରେ କଏଦ ହୋଇଥିଲେ। ଏହି ସମୟରେ ହାର୍ଦ୍ଦିକଙ୍କ ସହ ତାଙ୍କ ଛଡ଼ପତ୍ର ଚର୍ଚ୍ଚା ବିଷୟରେ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି। ପ୍ରଶ୍ନ ଶୁଣିବା ମାତ୍ରେ ଧନ୍ୟବାଦ୍ କହି ସେଠାରୁ ଚାଲି ଯାଇଥିଲେ ନତାଶା।

ତାଙ୍କର ଏଭଳି ପ୍ରତିକ୍ରିୟା ଏବେ ଛାଡ଼ପତ୍ର ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe