ଆମେ ଏବେ ବି ଏକ ପରିବାର; ଛାଡ଼ପତ୍ର ପରେ ଏଭଳି କହିଲେ ନତାଶା

ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଅଲଗା ହୋଇଯାଇଛନ୍ତି | ଏବେ ନତାଶା କହିଛନ୍ତି, ଆମେ ଏବେ ବି ଏକ ପରିବାର | ଆମର ଏକ ସନ୍ତାନ ଅଛି ଏବଂ ସେ ସର୍ବଦା ଆମକୁ ଏକ ପରିବାର କରି ରଖିବ |

we

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍  ଅଲଗା ହୋଇଯାଇଛନ୍ତି | ଉଭୟ କିଛି ଦିନ ତଳେ ନିଜର ଛାଡପତ୍ର ବାବଦରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ। ନତାଶା ଓ ହାର୍ଦ୍ଦିକ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତି। ଛାଡ଼ପତ୍ର ଘୋଷଣା ପରେ ଦୁହେଁ ଏହା ପଛର କାରଣ ଜଣାଇନଥିବା ବେଳେ ଏବେ ନତାଶା ପ୍ରଥମ କରି ନିଜ ସମ୍ପର୍କକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।

ଛାଡ଼ପତ୍ର ପରେ ସର୍ବିଆ ଚାଲିଯାଇଥିବା ନତାଶା ଏବେ ଭାରତ ଫେରି ପୁଣି ଥରେ ମ୍ୟୁଜିକ ଭିଡିଓରେ କାମ କରିବା ଆରମ୍ଭ କରିଛନ୍ତି। କାମ ସରିବା ପରେ ସେ ପୁଣି ସର୍ବିଆ ଫେରିଯିବେ କି ବୋଲି ପ୍ରଶ୍ନ କରାଯିବାରୁ ନତାଶା କହିଛନ୍ତି, "ସହରରେ ଚର୍ଚ୍ଚା ହେଉଛି ଯେ ମୁଁ ସର୍ବିଆ ଫେରିଯିବି। ହେଲେ ମୁଁ କିପରି ଫେରିଯିବି? ମୋର ଗୋଟିଏ ପୁଅ ଅଛି। ତା’ର ସ୍କୁଲ ଏଠି ଅଛି। ସର୍ବିଆ ଫେରିବାର କୌଣସି ଯୋଜନା ନାହିଁ। ଆମେ ଏବେ ବି ଏକ ପରିବାର | ଆମର ଏକ ସନ୍ତାନ ଅଛି ଏବଂ ସେ ସର୍ବଦା ଆମକୁ ଏକ ପରିବାର କରି ରଖିବ | ଅଗସ୍ତ୍ୟ ତାଙ୍କ ପିତାମାତାଙ୍କ ସହିତ ରହିବା ଉଚିତ୍ | ଏବର୍ଷ କିଛି ନୂଆ ନଥିଲା। ମୁଁ ୧୦ବର୍ଷ ହେଲାଣି ପ୍ରତିବର୍ଷ ସମାନ ସମୟରେ ସର୍ବିଆ ବୁଲିବାକୁ ଯାଏ। ଛାଡ଼ପତ୍ର ସହିତ ସର୍ବିଆ ଯିବାର କୌଣସି ସମ୍ପର୍କ ନାହିଁ।"

ଉଲ୍ଲେଖଯୋଗ୍ୟ, ମେ’ ୨୦୨୦ରେ ନିରାଡମ୍ବର ଭାବେ ବିବାହ କରିବା ପରେ ଫେବ୍ରୁଆରି ୨୦୨୩ରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବଡ଼ ଆଡମ୍ବରରେ ବିବାହ କରିଥିଲେ ହାର୍ଦ୍ଦିକ-ନତାଶା। ହେ‌ଲେ ଜୁଲାଇ ୨୦୨୪ରେ ସେମାନେ ଅଲଗା ହେଉଥିବା ନିଶ୍ଚିତ କରିଥିଲେ। ଛାଡ଼ପତ୍ର ବିଷୟରେ ଘୋଷଣା କରି ଦୁହେଁ ଲେଖିଥିଲେ, “ପ୍ରାୟ ୪ ବର୍ଷ ପରେ ଆମେ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଦୁହେଁ ଏକାଠି ରହି ନିଜର ସର୍ବଶ୍ରେଷ୍ଠ ସମୟ ଦେଇଥିଲୁ | କିନ୍ତୁ ବର୍ତ୍ତମାନ ଦୁହେଁ ସମାନ ନିଷ୍ପତ୍ତି ନେଇଛୁ । ଏହା ଆମ ପାଇଁ ବହୁତ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା | ଅଗସ୍ତ୍ୟ ଆମର ଉଭୟ ଜୀବନର ଏକ ଅଂଶ ହୋଇ ରହିବ | ଆମେ ଦୁହେଁ ତାଙ୍କୁ ସମସ୍ତ ଖୁସି ଦେବାକୁ ଚେଷ୍ଟା କରିବୁ |”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe