ଗୃହାବଦ୍ଧର ଫଟୋ ଛାଡ଼ିଲେ ନତାଶା-ପାଣ୍ଡ୍ୟା

Advertisment
ଗୃହାବଦ୍ଧର ଫଟୋ ଛାଡ଼ିଲେ ନତାଶା-ପାଣ୍ଡ୍ୟା

OrissaPOST

ମୁମ୍ବାଇ: କରୋନା ଆତଙ୍କ ପାଇଁ ଗୃହାବଦ୍ଧରେ ଥିବା ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ତାଙ୍କ ପ୍ରେମିକା ନତାଶା ଷ୍ଟଙ୍କୋଭିକ ଉଭୟଙ୍କର ଏକ ଅନ୍ତରଙ୍ଗ ତଥା ଆକର୍ଷଣୀୟ ଫଟୋ ଛାଡ଼ି ଘର ଭିତରେ ଓ ସୁରକ୍ଷିତ ଭାବେ ରହିବାକୁ ପ୍ରଶଂସକଙ୍କୁ ଆହ୍ବାନ କରିଛନ୍ତି। ନତାଶା ନିଜ ଇନଷ୍ଟାଗ୍ରାମରେ ଏହି ଫଟୋକୁ ପ୍ରକାଶ କରିବା ପରେ ପାଣ୍ଡ୍ୟା ଏହାକୁ ଲାଇକ୍ କରି ହୃଦୟ ଇମୋଜି ଦେଇଥିଲେ। ବନ୍ଧୁ କେଏଲ୍ ରାହୁଲ ବି ଏହି ଫଟୋକୁ ଲାଇକ୍ କରିଥିଲେ। ସେ ମଧ୍ୟ ଏକ ହୃଦୟ ଚିତ୍ରକୁ ଏଥିରେ ସଲଗ୍ନ କରିଥିଲେ। ଚଳିତବର୍ଷ ପ୍ରାରମ୍ଭରେ ଅର୍ଥାତ୍ ନୂଆବର୍ଷ ଦିନ ହିଁ ନତାଶାଙ୍କ ସହ ନିର୍ବନ୍ଧ ଖବରକୁ ପାଣ୍ଡ୍ୟା ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe