ଅଫ୍‌ ସାଇଡ୍‌: ରୋନାଲ୍‌ଡୋଙ୍କ ସହ ରାତି କଟାଇଥିବା ଦାବି କଲେ ନତାଶା

Advertisment
ଅଫ୍‌ ସାଇଡ୍‌: ରୋନାଲ୍‌ଡୋଙ୍କ ସହ ରାତି କଟାଇଥିବା ଦାବି କଲେ ନତାଶା

ମାଞ୍ଚେଷ୍ଟର: କିଂବଦନ୍ତି ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କୁ ନେଇ ପର୍ତ୍ତୁଗାଲର ପ୍ରସିଦ୍ଧ ମଡେଲ ନତାଶା ରୋଡ୍ରିଗ୍ବେଜ୍ ଏକ ବଡ଼ ଦାବି କରିଛନ୍ତି। ନତାଶାଙ୍କ ସହ ଏକଦା ରାତି କଟାଇଥିବା ଏବଂ ତାଙ୍କ ସହ ସମ୍ଭୋଗ କରିଥିବା ମଙ୍ଗଳବାର ଦେଇଥିବା ସା‌କ୍ଷାତକାରରେ କହି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ଏହି ସୁନ୍ଦରୀ ମଡେଲ ଜଣକ। ଏପରିକି ଏହି ଘଟଣା ରୋନାଲ‌୍‌ଡୋ ତାଙ୍କ ସାଂପ୍ରତିକ ପାର୍ଟନର ଜର୍ଜିନା ରୋଡ୍ରିଗ୍ବେଜଙ୍କୁ ଭେଟିବା ପରେ ଘଟିଥିଲା ବୋଲି ସ୍ପଷ୍ଟ କରି ଦେଇଛନ୍ତି ନତାଶା। ‘‘ ଦୁଇ ମାସ ଧରି ମେସେଜ୍ ଆଦାନ ପ୍ରଦାନ ହେବା ପରେ ମୁଁ ଦିନେ ରାତି ଗୋଟାଏରେ ରୋନାଲ୍‌ଡୋଙ୍କ ପାଖକୁ ମୋର ଏକ ଫୁଙ୍ଗୁଳା ଫଟୋ ପଠାଇଥିଲି। ମୁଁ ସ୍ବପ୍ନରେ ବି ଭାବି ନଥିଲି ଯେ ସେ ଏହାର ଉତ୍ତର ଦେବେ। ହେଲେ ସୌଭାଗ୍ୟବଶତଃ ପରଦିନ ସକାଳ ୬ଟାରେ ତାଙ୍କଠାରୁ ଏକ ରସିକିଆ ମେସେଜ୍ ପାଇଥିଲି।

ସେହିଠାରୁ ଆମ ସଂପର୍କ ଗଢ଼ି ଉଠିଥିଲି। ଏବେ ଭାବୁଛି ଏଭଳି କିଛି ଘଟିନଥିଲେ ଭଲ ହୋଇଥା’ନ୍ତା‌। ୨୦୧୫ ବେଳକୁ ଆମ ସଂପର୍କ ନାଟକୀୟ ମୋଡ଼ ନେଇଥିଲା। ମୁଁ ରୋନାଲଡୋଙ୍କ ଆପାର୍ଟମେଣ୍ଟକୁ ଯାଇଥିଲି। ସେତେବେଳେ ହୃତସ୍ପନ୍ଦନ ଆଦୌ ମୋ ନିୟନ୍ତ୍ରଣରେ ନଥିଲା। ସେ କିନ୍ତୁ ବହୁତ ଭଲ ବ୍ୟବହାର ଦେଖାଇଥିଲେ। ମିଠା ମିଠା କଥା କହି ମୋ ମନ ଜିତି ନେଇଥି‌ଲେ। ଏପରିକି ଘର ଭଳି ଅନୁଭବ କରିବାକୁ ମୋତେ କହିଥିଲେ। ଜୋତା ଖୋଲିବା ପରେ ଜୁସ୍ ଟିକେ ପିଇ ମୁଁ ତାଙ୍କ ପାଖରେ ବସି ପଡ଼ିଥିଲି। ତା ପରେ ଆମେ ପରସ୍ପରକୁ ମନଭରି ଉପଭୋଗ କରିଥିଲୁ। ଏହା ପରେ କିନ୍ତୁ ରୋନାଲଡୋ ମୋ ସହ ଆଉ ସଂପର୍କ ରଖି ନଥିଲେ। ସବୁ ସାମାଜିକ ଗଣମାଧ୍ୟମରେ ମୋତେ ବ୍ଲକ୍ କରି ଦେଇଥିଲେ। ସେ ମୋତେ ଛାତ ଉପରୁ ଇଟା ଫିଙ୍ଗିଲା ଭଳି ନିଜ ଜୀବନରୁ କାଢ଼ି ଫିଙ୍ଗି ଦେଇଥିଲେ। ଜର୍ଜିନାଙ୍କ ସହ ବି ଏଭଳି ଘଟିପାରେ’’ ବୋଲି ଏହି ଅବସରରେ କହିଥିଲେ ନତାଶା। ଏହା ସତ୍ତ୍ବେ ରୋନାଲଡୋଙ୍କ ସୁଖଦ ଜୀବନ କାମନା କରିଥିଲେ ସେ। ସୂଚନାଯୋଗ୍ୟ ଯେ ରୋନାଲଡୋ ଇଂଲିସ୍ ପ୍ରିମିୟର ଲିଗ୍ ଦଳ ମାଞ୍ଚେଷ୍ଟର ୟୁନାଇଟେଡ୍‌ରେ ପୁଣି ଥରେ ଯୋଗଦେବା ନେଇ ଫୁଟବଲ୍ ଜଗତ ଏବେ ଉତ୍ସାହିତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe