ଭୁବନେଶ୍ୱର: ଆଗାମୀ ସର୍ବଭାରତୀୟ ବେସାମରିକ ପ୍ରତିଯୋଗିତା ଲାଗି ଓଡ଼ିଶାର ଦୌଡ଼କୁଦ ଏବଂ ଭଲିବଲ୍ ଦଳ ଚୟନ କରାଯିବ। ଦୌଡ଼କୁଦରେ ୪୦ରୁ ୬୦ ବର୍ଷ ବୟସ ଭିତରେ ଥିବା ୩ଟି ବର୍ଗରେ ମୋଟ ୧୬ ଇଭେଣ୍ଟ୍ ଆୟୋଜିତ ହେବ। ସଚିବାଳୟ କ୍ରୀଡ଼ା ସଂସଦ ପକ୍ଷରୁ ଜାନୁଆରି ୧୩ ଓ ୧୪ ତାରିଖ ସକାଳ ୮ଟାରେ ୟୁନିଟ୍-୮ କିଶୋର କ୍ଲବ୍ ଫୁଟ୍ବଲ୍ ପଡ଼ିଆରେ ଓଡ଼ିଶା ଦଳର ଚୟନପ୍ରକ୍ରିୟା ଅନୁଷ୍ଠିତ ହେବ। ଆଗ୍ରହୀ ଖେଳାଳିମାନେ ଆୟୋଜକ ଓଡ଼ିଶା ସଚିବାଳୟ କର୍ମଚାରୀ ଦୌଡ଼କୁଦ ସଂଘ ସମ୍ପାଦକ ହର ପ୍ରସାଦ ବିଶ୍ୱାଳ (୯୪୩୭୨୨୮୬୮୭) କିମ୍ବା ପ୍ରଭାତ କୁମାର ପାତ୍ର (୯୪୩୭୨ ୩୫୫୧୪)ଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ସେହିଭଳି ସମାନ ପଡ଼ିଆ ଓ ସମୟରେ ଭଲିବଲ୍ ଚୟନ କରାଯିବ। ସର୍ବଭାରତୀୟ ଦୌଡ଼କୁଦ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜାନୁଆରି ୩୦ରୁ ଫେବ୍ରୁଆରି ୧ ତାରିଖ ପର୍ଯ୍ୟନ୍ତ ଏବଂ ଭଲିବଲ୍ ଭୋପାଳରେ ଫେବ୍ରୁଆରି ୨ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି।
ସର୍ବଭାରତୀୟ ବେସାମରିକ ଦୌଡ଼କୁଦ ଓ ଭଲିବଲ୍ ପାଇଁ ଖେଳାଳି ଚୟନ
Advertisment
Follow Us