ଜାତୀୟ ଦୌଡ଼କୁଦ: ଅନିମେଷଙ୍କୁ ସ୍ବର୍ଣ୍ଣ, ସ୍ବାଧୀନଙ୍କୁ କାଂସ୍ୟ

ଚେନ୍ନାଇରେ ଚାଲିଥିବା ୬୪ତମ ଜାତୀୟ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତି‌ଯୋଗିତାରେ ଓଡ଼ିଶାକୁ ଶନିବାର ଗୋଟିଏ‌ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ମିଳିଛି। ଧାବକ ଅନିମେଷ କୁଜୁର ୨୦୦ ମିଟର୍ ପୁରୁଷ ଦୌଡ଼ରେ ନୂଆ ମିଟ୍‌ ରେକର୍ଡ (୨୦.୬୩ ସେକେଣ୍ଡ୍‌) ସ୍ବର୍ଣ୍ଣ ପଦକ ଜିତିଛନ୍ତି।

fhsfssfhshf

ଭୁବନେଶ୍ବର: ଚେନ୍ନାଇରେ ଚାଲିଥିବା ୬୪ତମ ଜାତୀୟ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତି‌ଯୋଗିତାରେ ଓଡ଼ିଶାକୁ ଶନିବାର ଗୋଟିଏ‌ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ମିଳିଛି। ଧାବକ ଅନିମେଷ କୁଜୁର ୨୦୦ ମିଟର୍ ପୁରୁଷ ଦୌଡ଼ରେ ନୂଆ ମିଟ୍‌ ରେକର୍ଡ (୨୦.୬୩ ସେକେଣ୍ଡ୍‌) ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ତାଙ୍କ ପାଇଁ ବ୍ୟକ୍ତିଗତ ଦ୍ବିତୀୟ ସ୍ବର୍ଣ୍ଣ।

ଶୁକ୍ରବାର ସରୁନ ପାୟାସିଂହ, ଅନିମେଷ କୁଜୁର, ଲାଲୁ ପ୍ରସାଦ ଭୋଇ, ଅମିୟ ମଲ୍ଲିକଙ୍କୁ ନେଇ ଗଠିତ ଓଡ଼ିଶାର ୪ ଗୁଣା ୧୦୦ ମିଟର ପୁରୁଷ ରିଲେ ଦଳ ୩୯.୫୨ ସେକେଣ୍ଡ୍‌ର ନୂଆ ମିଟ୍ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଶନିବାର ପୁ‌ରୁଷ ହାଇ ଜମ୍ପ୍‌ରେ ସ୍ବାଧୀନ କୁମାର ମାଝୀ ବ୍ୟକ୍ତିଗତ ଶ୍ରେଷ୍ଠ ୨.୧୮ ମିଟର୍ ପ୍ରଦର୍ଶନ ସହିତ କାଂସ୍ୟ ପଦକ ହାସଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe