ଭୁବନେଶ୍ୱର: ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ନାଗପୁରରେ ଚାଲିଥିବା ୮୨ତମ ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ମହିଳା ଯୁଗଳ ବର୍ଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଆନ୍ଧ୍ରପ୍ରଦେଶର ୟୁକେ ମିଥୁଲାଙ୍କୁ ସାଥୀ କରି ଖେଳୁଥିବା ଋତୁପର୍ଣ୍ଣା କ୍ୱାର୍ଟର ଫାଇନାଲରେ ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ଯୋଡ଼ି ଭି ହାରିକା ଓ କରିସ୍ମା ଓ୍ଵାଦେକରଙ୍କୁ ୨୧-୧୨, ୨୧-୧୬ ସିଧାସଳଖ ସେଟରେ ହରାଇ ଏହି ସଫଳତା ଲାଭ କରିଛନ୍ତି। ସୋମବାର ଖେଳା ଯାଇଥିବା ଅନ୍ୟମ୍ୟାଚ୍ଗୁଡ଼ିକ ମଧ୍ୟରୁ ମହିଳା ଏକକରେ ଦୁଇ ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ଏବଂ ସାଇନା ନେହଓ୍ଵାଲ ମହିଳା ଏକକର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ଏକକରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା କିଦାମ୍ବି ଶ୍ରୀକାନ୍ତ ମଧ୍ୟ ଏହି ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us