କଟକ: ବାଙ୍ଗାଲୋରରେ ହେବାକୁଥିବା ୧୬ ବର୍ଷରୁ କମ୍ ଜାତୀୟ ବାସ୍କେଟବଲ୍ ପ୍ରଶିକ୍ଷଣ ଶିବିରକୁ ଓଡ଼ିଶାରୁ ସେକ୍ ଫୟାଜ ମନୋନୀତ ହୋଇଛନ୍ତି। ଜୁନ୍ ୩ ତାରିଖରୁ ଏହି ଶିବିର ଆରମ୍ଭ ହେବ। ବା˚ଲାଦେଶର ଢାକାରେ ହେବାକୁଥିବା ଦକ୍ଷିଣ ଏସୀୟ ବାସ୍କେଟବଲ ସ˚ଘର ଯୋଗ୍ୟତା ପର୍ଯ୍ୟାୟ ଖେଳିବା ପାଇଁ ଏହିଠାରୁ ଭାରତୀୟ ଦଳ ଚୟନ କରାଯିବ। ଚଳିତ ବର୍ଷ ଜାତୀୟ ପ୍ରତିଯୋଗିତାରେ ଫୟାଜଙ୍କ ପ୍ରଦର୍ଶନକୁ ଦେଖି ତାଙ୍କୁ ଶିବିରକୁ ଡକାଯାଇଥିବା କୁହାଯାଇଛି। ଫୟାଜ କଟକର ଏଣ୍ଟରଟେନର କ୍ଲବ୍ ତରଫରୁ ବାସ୍କେଟବଲ ଖେଳି ଆସୁଥିବା ବେଳେ ଗତବର୍ଷ ଏସ୍ଜିଏଫ୍ଆଇ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ବ କରି ପ୍ରଥମ ଥର ଜାତୀୟ ସ୍ତରରେ ଖେଳିବାକୁ ସୁଯୋଗ ପାଇଥିଲେ। ନିଉ ଷ୍ଟିଵାର୍ଟ ସ୍କୁଲ୍ରେ ଏହାପରେ ଜାତୀୟ ଯୁବା ପ୍ରତିଯୋଗିତାରେ ୨୦୧୮ ଓ ୨୦୧୯ ମସିହାରେ ସେ ଓଡ଼ିଶା ପାଇଁ ଖେଳିଥିଲେ। ଚଳିତ ବର୍ଷ ଓଡ଼ିଶା ଲୋୟର ପୁଲ୍ରେ ଉପବିଜେତା ହୋଇଥିଲା। ଓଡ଼ିଶା ପାଇଁ ଖେଳିଥିବା ପ୍ରତ୍ୟେକ ମ୍ୟାଚ୍ରେ ସେ ୧୫ରୁ ୨୦ ପଏଣ୍ଟ ମାରିପାରୁଥିଲେ। ଖାସ୍ ଏଥିପାଇଁ ତାଙ୍କୁ ଜାତୀୟ ଶିବିରକୁ ଡକରା ଆସିଥିବା ରାଜ୍ୟ ସ˚ଘ ପକ୍ଷରୁ କୁହାଯାଇଛି। ଶିବିରରେ ଭଲ ପ୍ରଦର୍ଶନ କରି ଭାରତୀୟ ଦଳରେ ସ୍ଥାନ ପାଇବାକୁ ତାଙ୍କର ଲକ୍ଷ୍ୟ ରହିଥିବା ଫୟାଜ କହିଛନ୍ତି। ଫୟାଜଙ୍କୁ ମିଳିଥିବା ଏହି ସୁଯୋଗ ପାଇଁ ରାଜ୍ୟ ବାସ୍କେଟବଲ ସ˚ଘ ସମ୍ପାଦକ ଜ୍ଞାନର˚ଜନ ପରିଡ଼ା ଓ କାର୍ଯ୍ୟନିର୍ବାହୀ ପରିଷଦ ସଭ୍ୟ ସତୀଶ ସାହୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଜାତୀୟ ବାସ୍କେଟବଲ୍ ଶିବିରରେ ଫୟାଜ
Advertisment
Follow Us