ଭୁବନେଶ୍ବର: କର୍ଣ୍ଣାଟକର ବେଲଗାଭିଠାରେ ଅନୁଷ୍ଠିତ ୧୬ତମ ଜାତୀୟ ବରିଷ୍ଠ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶାକୁ ୨ ପଦକ ମିଳିଛି। ୭୫ କିଲୋଗ୍ରାମ ବର୍ଗରେ ଅମିତ୍ କୁମାର ଭୂୟାଁ ରୌପ୍ୟ ଏବଂ ୮୦ କିଲୋଗ୍ରାମ ବର୍ଗରେ ଜିତେନ୍ଦ୍ର କୁମାର ପଲେଇ କାଂସ୍ୟ ପଦକ ହାସଲ କରିଛନ୍ତି। ୯୦ କିଲୋଗ୍ରାମ ଓଜନ୍ ବର୍ଗରେ ଅମିୟ ରଂଜନ ସେଠୀ ଚତୁର୍ଥ ଓ ୭୫ କିଲୋଗ୍ରାମ ଓଜନ୍ ବର୍ଗରେ ଜଗନ୍ନାଥ ଖୁଣ୍ଟିଆ ପଞ୍ଚମ ସ୍ଥାନରେ ରହିଥିଲେ।
ଏହି ପ୍ରତିଯୋଗିତାରେ ଓଡ଼ିଶା ରାଜ୍ୟ ବଡିବିଲ୍ଡିଂ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ ଓ ଅନ୍ତର୍ଜାତୀୟ ବିଚାରକ ଉମାଚରଣ ଶତପଥୀଙ୍କ ତତ୍ତ୍ବାବଧାନରେ ଓଡ଼ିଶାରୁ ଏକ ୧୧ ଜଣିଆ ଦଳ ଅଂଶଗ୍ରହଣ କରିଥିଲେ। ସଫଳତା ଲାଗି ଓବିବିଏର ମୁଖ୍ୟ ଉପଦେଷ୍ଠା ମାନସ ରଂଜନ ମହାପାତ୍ର, ଉପଦେଷ୍ଠା ହରି ପ୍ରସାଦ ପଟ୍ଟନାୟକ, ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ କୁମାର ଗୁରୁ ଅଭିନନ୍ଦନ ଜଣାଇଛନ୍ତି।
Follow Us