ଭୁବନେଶ୍ବର: ଦିଲ୍ଲୀର ଶିବାଜୀ ଷ୍ଟାଡିୟମ୍ରେ ନଭେମ୍ବର ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ବେଞ୍ଚ୍ ପ୍ରେସ୍ ପ୍ରତିଯୋଗିତାରେ ଓଡ଼ିଶା ୩ ପଦକ ଜିତିଛି। ରାକେଶ ଶତପଥୀ ବରିଷ୍ଠ ବର୍ଗ ୮୩ କିଲୋରେ ୧୬୭.୫ କିଲୋଗ୍ରାମ, ସୂର୍ଯ୍ୟକାନ୍ତ ପ୍ରଧାନ ୧୦୫ କିଲୋ ବର୍ଗରେ ୧୭୫ କିଲୋଗ୍ରାମ ଏବଂ ମାଷ୍ଟର୍ସ-୨ ୬୬ କିଲୋ ବର୍ଗରେ ନାରାୟଣ ସେଠୀ ୧୦୦ କିଲୋଗ୍ରାମ ଉତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଥିଲେ। ସୁଜିତ କୁମାର ଗିରି, ବାଦଲ ବେହେରା, ବିଜୟ ଚକ୍ରବର୍ତ୍ତୀ ନିଜ ନିଜ ବର୍ଗରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ରହିଥିଲେ। ପାୱାରଲିଫ୍ଟିଂ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ୮୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ଓଡ଼ିଶା ଦଳର ପ୍ରଶିକ୍ଷକ ଭାବେ ଶକ୍ତିରଂଜନ ବାରିକ୍ ଦାୟିତ୍ବ ତୁଲାଇଥିଲେ। ଓଡ଼ିଶାର ପଦକ ବିଜେତାମାନଙ୍କୁ ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ସଭାପତି କଳିକେଶ ନାରାୟଣ ସିଂହଦେଓ, ଉପ ସଭାପତି ହରି ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଚିତ୍ତରଂଜନ ସ୍ବାଇଁଙ୍କ ସହିତ ଦି ୱାର୍ଲଡ ଜିମ୍ନାସିୟମ୍ର ମୁଖ୍ୟ ନୀଳକଣ୍ଠ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।
ଜାତୀୟ ବେଞ୍ଚ୍ ପ୍ରେସ୍ରେ ଓଡ଼ିଶାକୁ ୩ ପଦକ
Advertisment
Follow Us