ଜାତୀୟ ବେଞ୍ଚ୍‌ପ୍ରେସ୍‌ରେ ଓଡ଼ିଶାକୁ ୯ ପଦକ : ବସନ୍ତ ଶ୍ରେଷ୍ଠ

Advertisment
ଜାତୀୟ ବେଞ୍ଚ୍‌ପ୍ରେସ୍‌ରେ ଓଡ଼ିଶାକୁ ୯ ପଦକ : ବସନ୍ତ  ଶ୍ରେଷ୍ଠ

ଭୁବନେଶ୍ୱର: ରାଞ୍ଚିରେ ରବିବାର ଶେଷ ହୋଇଥିବା ଜାତୀୟ ବେଞ୍ଚ୍‌ପ୍ରେସ୍‌ ପ୍ରତିଯୋଗିତାରେ ଓଡ଼ିଆ ତାରକା ରାୟଗଡ଼ାର ବସନ୍ତ ମାଲେକା ଶ୍ରେଷ୍ଠ ଲିଫ୍ଟର୍‌ ଆଖ୍ୟା ଅର୍ଜନ କରିଛନ୍ତି। ସେ କନିଷ୍ଠ ୫୨ କିଲୋଗ୍ରାମ୍‌ ବର୍ଗରେ ୧୨୫ କିଲୋଗ୍ରାମ୍‌ ଉଠାଇ ଓଡ଼ିଶା ପାଇଁ ଏକମାତ୍ର ସ୍ୱର୍ଣ୍ଣ ଜିତିବା ସହ ଏହି ଆଖ୍ୟା ଅର୍ଜନ କରିଥିଲେ। କନିଷ୍ଠ ବର୍ଗରେ ୬୬ କେଜିରେ ଦିବାକର ଗୋଚ୍ଛାୟତ ୧୨୫ କେଜି, ୭୪ କେଜିରେ ଦୁଷ୍ମନ୍ତ ସାହୁ ୧୧୨.୫ କେଜି ଉଠାଇ ଯଥାକ୍ରମେ ରୌପ୍ୟ ଏବଂ କାଂସ୍ୟ ଜିତିଥିଲେ। ବରିଷ୍ଠ ବର୍ଗର ୫୯ କେଜିରେ ବିଚିତ୍ର ନାୟକ ୧୨୫ କେଜି, ୬୬ କେଜିରେ ବିଶ୍ୱଜିତ ଜେନା ୧୩୫ କେଜି, ୧୨୦ କେଜିରେ ମହମ୍ମଦ ଜାେଓ୍ଵଦ୍‌ ଆଶ୍ରାଦ୍‌ ୧୭୭.୫ କେଜି ଉତ୍ତୋଳନ କରି ରୌପ୍ୟ ପଦକ କରାୟତ କରିଥିଲେ। ବୟସ୍କ ବର୍ଗ-୧ରେ ସୁଜିତ କୁମାର ଗିରି ରୌପ୍ୟ ଏବଂ ୨ରେ ନାରାୟଣ ସେଠୀ କାଂସ୍ୟ ପଦକ ପାଇଥିଲେ। ପଦକ ବିଜେତା ଏବଂ ପ୍ରଶିକ୍ଷକ ପ୍ରଫୁଲ୍ଲ କୁମାର ଭୂୟାଁଙ୍କୁ ସଂଘର ସଭାପତି କଲିକେଶ ନାରାୟଣ ସିଂହଦେଓ. ଉପସଭାପତି ହରିପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ଏବଂ ସମ୍ପାଦକ ଇଂ ଚିତ୍ତରଞ୍ଜନ ସ୍ୱାଇଁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe