ଜାତୀୟ ବେଞ୍ଚ୍‌ପ୍ରେସ୍‌ ଶକ୍ତିଉତ୍ତୋଳନ ପାଇଁ ଓଡ଼ିଶା ଦଳର ଗୋଆ ଯାତ୍ରା

Advertisment
ଜାତୀୟ ବେଞ୍ଚ୍‌ପ୍ରେସ୍‌ ଶକ୍ତିଉତ୍ତୋଳନ ପାଇଁ ଓଡ଼ିଶା ଦଳର ଗୋଆ ଯାତ୍ରା

ଭୁବନେଶ୍ବର: ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଗୋଆରେ ଆୟୋଜିତ ହେବ ଜାତୀୟ ବେଞ୍ଚ୍‌ପ୍ରେସ୍‌ ଶକ୍ତିଉତ୍ତୋଳନ ପ୍ରତିଯୋଗିତା। ମନୋହର ପାରିକର ଇନ୍‌ଡୋର ଷ୍ଟାଡିୟମ୍‌ରେ ବରିଷ୍ଠ, କନିଷ୍ଠ, ଉପକନିଷ୍ଠ ଏବଂ ମାଷ୍ଟର୍ସ ବିଭାଗର ଉଭୟ ପୁରୁଷ ଓ ମହିଳାରେ ପ୍ରତିଦ୍ବନ୍ଦ୍ବିତା ହେବ। ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ୧୧ ଜଣିଆ ଓଡ଼ିଶା ଦଳ ଗୋଆ ଅଭିମୁଖେ ଯାତ୍ରା କରିଛି।

ପୁରୁଷ ଦଳରେ ବିଶ୍ବଜିତ୍‌ ଜେନା, ସମରେନ୍ଦ୍ର ରାଉତରାୟ, ସୁନ୍ଦର ସାମଲ, ନାରାୟଣ ସେଠୀ, ସୁଜିତ କୁମାର ଗିରି, ମୋହିନୀମୋହନ, ଦିବାକର ଗୋଛାୟତ, ସୂର୍ଯ୍ୟକାନ୍ତ ପ୍ରଧାନ, ରାଫିଲ ହିଆଲ ଏବଂ ସୁଜିତ ଗିରି ସାମିଲ ଥିଲା ବେଳେ ମହିଳାରେ ଏକମାତ୍ର ପ୍ରତିଯୋଗୀ ଭାବେ ଦିବ୍ୟଲେଖା ମିଶ୍ର ସ୍ଥାନ ପାଇଛନ୍ତି। ଓଡ଼ିଶା ଦଳକୁ ସଂଘର ସଂପାଦକ ଡ. ହରିପ୍ରସାଦ ପଟ୍ଟନାୟକ, ଉପସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ, ଯୁଗ୍ମସଂପାଦକ ଡ. ଗୌରୀ ମହାନ୍ତି, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପାତ୍ର ଓ କାର୍ଯ୍ୟକାରୀ ସଦସ୍ୟ ଚନ୍ଦ୍ରଶେଖର ସାହୁ, କୃଷ୍ଣଚନ୍ଦ୍ର ସାହୁ, ଚିତ୍ତରଞ୍ଜନ ମିଶ୍ର, ମୀର ଅଜ୍‌ମତ ଅଲ୍ଲୀ, ଶକ୍ତିରଞ୍ଜନ ବାରିକ ଓ ରାକେଶ ଶତପଥୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe