ଭୁବନେଶ୍ବର: ବେଙ୍ଗାଲୁରୁରେ ଚାଲିଥିବା ତୃତୀୟ ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍ରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ସୋମବାର ପ୍ରଥମ ଲିଗ୍ ମ୍ୟାଚ୍ରେ ଏହି ଦଳ ୧୦ ୱିକେଟ୍ରେ ହରିୟାଣାକୁ ପରାସ୍ତ କରିଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହରିୟାଣା ନିର୍ଦ୍ଧାରିତ ୧୭ ଓଭରରେ ୮ ୱିକେଟ୍ ହରାଇ ୪୫ ରନ୍ କରିଥିଲା। ଫୁଲ ସୋରେନ ୨ ଏବଂ ପଦ୍ମିନୀ ଟୁଡ଼ୁ ଓ ପାର୍ବତୀ ମାର୍ଡି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଓଡ଼ିଶା ୩.୫ ଓଭରରେ କୌଣସି ୱିକେଟ୍ ନହରାଇ ମ୍ୟାଚ୍ ଜିତି ନେଇଥିଲା। ଯମୁନା ରାଣୀ ଟୁଡ଼ୁ ୨୮* (୧୩ ବଲ୍) ଓ ପାର୍ବତୀ ୭* ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ। ବୋଲିଂ ସଫଳତା ପାଇଁ ଫୁଲ ସୋରେନ (୨-୧-୨-୨) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓଡ଼ିଶା ମଙ୍ଗଳବାର ଦ୍ବିତୀୟ ଲିଗ୍ ମ୍ୟାଚ୍ରେ ଝାଡ଼ଖଣ୍ଡକୁ ଭେଟିବ।
ଜାତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍: ବିଜୟରୁ ଓଡ଼ିଶାର ଅଭିଯାନ
Advertisment
Follow Us