ଆଜିଠୁ ଜାତୀୟ ମୁଷ୍ଟିଯୁଦ୍ଧ: ଭାଗନେବେ ୨୦୦ ପ୍ରତିଯୋଗୀ

ଆଜିଠୁ ଜାତୀୟ ମୁଷ୍ଟିଯୁଦ୍ଧ: ଭାଗନେବେ ୨୦୦ ପ୍ରତିଯୋଗୀ

ପୁରୀ : ପୁରୀ ମୁଷ୍ଟିଯୁଦ୍ଧ ଏକାଡେମି ଆନୁକୂଲ୍ୟରେ ଆସନ୍ତାକାଲି (ଶନିବାର)ଠାରୁ ଜାତୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଆୟୋଜିତ ହେବ। ଏହି ପ୍ରତିଯୋଗିତା ଶନିବାର, ରବିବାର ଦୁଇଦିନ ଧରି ପୁରୀର ଶରଧାବାଲିଠାରେ ଅନୁଷ୍ଠିତ ହେବ ବୋଲି ପୁରୀ ମୁଷ୍ଟିଯୁଦ୍ଧ ଏକାଡେମିର ସଭାପତି ସୁଦର୍ଶନ ସାହୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ପ୍ରତିଯୋଗିତାରେ ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଭଳି ୮ ରାଜ୍ୟରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରୁଛନ୍ତି।

ଆଜି ସଂଧ୍ୟା ସୁଦ୍ଧା ୧୨୮ଜଣ ପ୍ରତିଯୋଗୀ ପୁରୀରେ ପହଞ୍ଚି ସାରିଛନ୍ତି। ପ୍ରାୟ ୨୦୦ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବ୍ରଜ ଭୂଷଣ ମହାନ୍ତି, ଅର୍ଜୁନ ପୁରସ୍କାର ବିଜେତା ତଥା ସର୍ବଭାରତୀୟ ମୁଷ୍ଟିଯୁଦ୍ଧ ମହାସଂଘ ଚୟନ ସମିତି ସଦସ୍ୟ କ୍ୟାପଟେନ୍‌ ଜୟରାମଙ୍କ ଭଳି ମାନ୍ୟଗଣ୍ୟ ବ୍ୟକ୍ତି ଏହି ପ୍ରତିଯୋଗିତାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଅଭିମନ୍ୟୁ ଜେନାଙ୍କ ସମେତ ସଂଘର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe