ଜାତୀୟ ବାଳକ ହକି: ରଂଜିତ୍‌ ଗାଙ୍ଗ୍‌ପୁର ଓଡ଼ିଶାର ଅଧିନାୟକ

Advertisment
ଜାତୀୟ ବାଳକ ହକି: ରଂଜିତ୍‌ ଗାଙ୍ଗ୍‌ପୁର ଓଡ଼ିଶାର ଅଧିନାୟକ

ଭୁବନେଶ୍ବର (ଇମିସ): ଶନିବାରଠୁ ଆରମ୍ଭ ହୋଇଥିବା ନବମ ଉପକନିଷ୍ଠ ବାଳକ ହକି ଜାତୀୟ ପ୍ରତିଯୋଗିତା (ଡିଭିଜନ୍‌-ଏ) ପାଇଁ ହକି ଗାଙ୍ଗ୍‌ପୁର ଦଳ ଘୋଷିତ ହୋଇଛି। ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ପ୍ରତିଯୋଗିତା ପାଇଁ ୧୮ ଜଣିଆ ଗାଙ୍ଗ୍‌ପୁର ଦଳର ନେତୃତ୍ବ ରଂଜିତ୍‌ ଲାକ୍ରାଙ୍କୁ ମିଳିଥିଲା ବେଳେ ସୁଶୀଲ ମିଞ୍ଜ୍‌ ଉପଅଧିନାୟକ ମନୋନୀତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁମିତ କିଣ୍ଡୋ, ଅମିତ କିଣ୍ଡୋ, ସୁଦୀପ କେର୍କେଟା, ରୋସନଜିତ୍‌ ମିଞ୍ଜ୍‌, ଦାବୁକା ପୁର୍ତି, ୱିଲ୍‌ସନ୍‌ ଖାଖା, କୁଲ୍‌ଦୀପ୍‌ କୁମ୍ଭାର, ରାଜୁ ଗୌଡ଼, ରିତିକ୍‌ କୁଜୁର, ରବି ବାରା, ଇମାନ୍‌ ଜୋଜେ‌ା, ଜସ୍‌ମନ୍‌ ମୁଣ୍ଡା, ସଲିମ୍‌ କୁଲ୍ଲା, ସୁମିତ ବାର୍ଲା, କୋମଲ ସୋରେଙ୍ଗ ଓ ବିକ୍ରମ ବାହାଲା ଦଳରେ ସ୍ଥାନ ପାଇଛନ୍ତି। ବିଜୟ କୁମାର ଲାକ୍ରା ଓ ରମଣଦୀପ୍‌ ଲାକ୍ରା ଯଥାକ୍ରମେ ଦଳର ପ୍ରଶିକ୍ଷକ ଓ ପ୍ରବନ୍ଧକ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe